ପ୍ରଥମ ପର୍ଯ୍ୟ।ୟ ସମବାୟ ସମିତି ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ

32

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) -: ରାଜ୍ୟ ସମବାୟ ସମିତି ନିର୍ବାଚନ ପ୍ରଥମ ପର୍ଯ୍ୟୟରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ କାଉପଡା ସମବାୟ ସମିତିରେ 15ଟି ଜୋନ ପାଇଁ ପାର୍ଥି ମାନେ ସମବାୟ ସମିତି ସମ୍ପାଦକ ଓ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ନିଜର ପାର୍ଥିପତ୍ର ଦାଖଲ କରିଥିବାର ଦେଖିବାକୁ ମିଳିଥିଲା । ରାଜ୍ୟ ସମବାୟ ସମିତି ନିର୍ବାଚନ ପାଇଁ ଗ୍ରୀନ ସିଗନାଲ ଦେଇଥିବା ବେଳେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଆସନ୍ତା 19/06/22 ଓ 26/06/22ରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର କାଉପଡା ସମବାୟ ସମିତି ଅଧୀନରେ 475ରୁ ଉର୍ଦ୍ଧ ଭୋଟର ଥିବା ବେଳେ ସମବାୟ ସମିତି ଅଧିନସ୍ତ ବିଭିନ୍ନ ଜୋନରେ ବିଭିନ୍ନ କାଟାଗରୀର ଲୋକଙ୍କ ପାଇଁ ସଂରକ୍ଷିତ କରାଯାଇ ଅଛି । କାଉପଡା ସମବାୟ ସମିତି ସମ୍ପାଦକଙ୍କ କହିବା କଥା ଯଦି ନିର୍ବାଚନରେ ପ୍ରତିଦ୍ବନ୍ଦୀତା ହୁଏ ତେବେ ନିର୍ବାଚନ ପ୍ରକ୍ରିୟାରେ ଥିବା ସମସ୍ତ ନିୟମ ଅନୁସାରେ ଆସନ୍ତା 19ତାରିଖରେ ସଖାଳ 7ଟାରେ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ । ଯଦି ନିର୍ବାଚନ ନହୁଏ ଅପ୍ରତିଦ୍ବନ୍ଦିତା ଭାବରେ ସମସ୍ତ 15 ଜଣ ପାର୍ଥି ମାନେ ବିଜୟ ଲାଭ କରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More