କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଆଗରୁ ବହୁତ ଥର ଆପଣମାନେ ଦେଖିଛନ୍ତି ପଲ୍ଲୀରେ ପ୍ରଶାସନ କିନ୍ତୁ ଆଜି ପ୍ରଶାସନ ପକ୍ଷରୁ ଚନ୍ଦନଗର ପଞ୍ଚାୟତ କାର୍ଯ୍ୟାଳୟ ରେ ଦେଖିବାକୁ ମିଳିଛି ଏକ ନିଆରା କାର୍ଯ୍ୟକ୍ରମ ଗୋଟିଏ ଦିନରେ ଗୋଟିଏ ସ୍ଥାନରେ ପ୍ରଶାସନ ପକ୍ଷରୁ ଦୁଇ ଦୁଇଟି ସରକାରୀ କାର୍ଯ୍ୟକ୍ରମ ହୋଇଯାଇଛି ପଲ୍ଲୀରେ ପ୍ରଶାସନ ଓ ମଣ୍ଡଳ ସ୍ତରୀୟ ସ୍ଵାସ୍ଥ୍ୟ ମେଳା। ଏହି ସ୍ବାସ୍ଥ୍ୟ ମେଳାରେ ମେଡ଼ିକାଲର ବଛା ବଛା ଡାକ୍ତର ଟିମ୍ ଆସି ରୋଗୀମାନଙ୍କୁ ପରିକ୍ଷା ନିରିକ୍ଷା କରି ଚିକିତ୍ସା ଯୋଗାଇ ଦେବା ଦେଖିବାକୁ ମିଳିଛି। ଏହି ସୁନ୍ଦର କାର୍ଯ୍ୟକ୍ରମରେ ପାଲା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଳିଛି। ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଭରତ ଚନ୍ଦ୍ର ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ନିଆରା କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ, ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ , ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ସରପଞ୍ଚ ବନୋଜ କୁମାର ସେଠୀ,ସମିତି ସଭ୍ୟ ମାନସ ମଲିକ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଏହି ନିଆରା ସରକାରୀ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଅଭିଯୋଗ ପରେ ଆବାସ, ରାସନକାର୍ଡ,ଓ ଭତ୍ତାକୁ ମିଶାଇ ସମୁଦାୟ ୩୪୫ ଆପତ୍ତି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ୧୫୪ ଅଣସଂଗଠିତ ଶ୍ରମିକଙ୍କୁ ପଞ୍ଜୀକୃତ କରାଯିବା ସହିତ ୧୫ଜଣଙ୍କ ଆଧାର ପଞ୍ଜିକରଣ ,୩୧୫ ଗାଇଙ୍କୁ ଟୀକା, ସୁକନ୍ୟା ସମୃଦ୍ଧି ଯୋଜନାରେ ୪୧ଜଣଙ୍କୁ ସାମିଲ କରାଯିବା ସହିତ ୧୮ଟି ମୃତ୍ତିକା ପରୀକ୍ଷା କରାଯାଇଥିଲା। ଏଥି ସହିତ ଡିଡିୟୁଜିକେୱଇ- ୩୧ଜଣ,ବ୍ୟାଙ୍କ୍ ସଂଯୋଗିକରଣ- ୧୧ଜଣ,ପି ଏମଇସିଜି- ୬ଜଣ ,କେକେଜେ- ୫ ଜଣଙ୍କୁ ସାମିଲ କରା ଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା,ତହସିଲଦାର ଦିଲ୍ଲୀପ ସେଠୀ, ପଟ୍ଟାମୁଣ୍ଡାଇ ହସ୍ପିଟାଲ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିରାକାର ପରିଡ଼ା, ଏ ବି ଡି ଓ ସନ୍ତୋଷ କୁମାର ମନ୍ତ୍ରୀ,ବ୍ଲକ ସହନିର୍ବାହୀ ଯନ୍ତ୍ରୀ ସୁରେଶ ବେହେରା,ସି ଡି ପି ଓ ମୁକ୍ତରି ବେଗମ୍, ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ଵର ବରାଳ, ଏସ ଇ ଓ ଉଦାର ସୁନ୍ଦର ସ୍ୱାଇଁ ,ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟି ,ସହ ସହକାରୀ ଯନ୍ତ୍ରୀ ଏସ ବ୍ରହ୍ମା,ବିଶ୍ୱଜିତ୍ ମିଶ୍ର ପ୍ରମୁଖ ଜିଲ୍ଲା ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଏହି ସୁନ୍ଦର କାର୍ଯ୍ୟକ୍ରମଟିକୁ ଆଗକୁ ନେଇଥିଲେ। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)