ପ୍ରତିଶ୍ରୁତି ଦେଇ ନିରାସ କଲେ ସେକ୍ ମକସୁଦ୍ ଆକବର

11

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଞ୍ଚାୟତ ମିଜାଉଣି ଗ୍ରାମର ଭରତ ଭୁଷଣ ନାୟକ ତା ୧୨-୧୧-୨୦୧୯ ରିଖ EAST COAST TRADERS. PURI PIPILI ର ଡିଲର ହୁସେନ୍ ଅହମଦଙ୍କ ଠାରୁ ଏକ ZOOMILON କମ୍ପାନୀର ଧାନକଟା ମେସିନ୍ ଫାଇନାନ୍ସ ରେ କିଣିଥିଲେ କିନ୍ତୁ ସେହି ମେସିନ ବାରମ୍ବାର ଖରାପ ହେବାରୁ ଭରତ ଭୁଷଣ ନାୟକ ବହୁଥର ଡିଲରଙ୍କୁ ଅଭିଯୋଗ କରିଥିଲେ। ଡିଲର ହୁସେନ ଅହମଦ ପୂରୁଣା ପାଟସ୍ ଲାଗାଇବା ହେତୁ ମେସିନ ବହୁତ ଥର ଖରାପ ହେଉଥିଲା। ଏବିଷୟରେ ମୁଁ କହିବାରୁ ଡିଲର ମୋତେ କହିଆସୁଥିଲେ ଚାଇନାରୁ ଜିନିଷ ଆସିପାରୁନାହିଁ। ଏମିତି କିଛି ଦିନ ଗଲାପରେ ମୁଁ ଜାଇ ପୁରୀ ଜିଲ୍ଲା ପିପିଲି ସ୍ଥିତ ଡିଲରଙ୍କ ପାଖରେ ପହଞ୍ଚି କହିଥିଲି ସାର୍ ଏବେ ଧାନକଟା ସିଜିନି ଆସିଲାଣି ମୁଁ ନେଇଥିବା ଧାନକଟା ମେସିନ୍ କୁ ଠିକ୍ କରିଦିଅନ୍ତି।ପଟସ୍ ପାଇଁ ୨୭ହଜାରେ ୫୦୦ଟଙ୍କା ନେଇଥିବା ବେଳେ ୨୨ହଜାରେ ଟଙ୍କାର ବିଲ୍ କରିଥିଲେ। ମେକାନିକ୍ ଆସିବା ପାଇଁ ମୋଠୁ ଏକ ବ୍ଳାଙ୍କ ଚେକ୍ ମଧ୍ୟ ନେଇଥିଲେ।ମେକକାନି ଆସି କାମ କରିସାରିବା ପରେ ସେହି ମେସିନ୍ ଚାଲିଲା ନାହିଁ ମେକାନିକ୍ କହିଥିଲେ ଏହି ମେସିନ୍ ରେ ଆହୁରି ପାଟସ୍ ଲାଗିବ ବୋଲି। ମୁଁ ରାଗିଜାଇ ଆସିଥିବା ମେକାନିକ୍ ମାନଙ୍କୁ ଅଟକାଇ ଥିଲି ଓ କହିଥିଲି ତୁମ ଡିଲରଙ୍କ ନିକଟକୁ ଫୋନ୍ କର ତୁମ ଡିଲର ମାଲିକ ଆସି ମୋ ମେସିନ୍ ଠିକ୍ କଲେ ମୁଁ ତୁମକୁ ଛାଡ଼ିବି।ମାଲିକ ହୁସେନ ଅହମଦ ସୁଣି ଆଳି ଅଞ୍ଚଳର ନିଜଘର ଥିବାରୁ।ତାଙ୍କ ସମ୍ପର୍କିୟ ଭାଇ ସେକ୍ ମକସୁଦ୍ ଆକବର ଆସି ପଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପଟାମୁଣ୍ଡାଇ ପୋଲିସ ଓ ସେକ୍ ମକସୁଦ୍ ଆକବର ମିଜାଉଣି ଗ୍ରାମରେ ପହଞ୍ଚି ଗ୍ରାମର ଭଦ୍ରଲୋକଙ୍କ ଜରିଆରେ ସମାଧାନ କରାଯାଇ ଥାନାରେ ଏକ ସମାଧାନ ର ଦରଖାସ୍ତ ଦେଇଥିଲେ ସେକ୍ ମକସୁଦ୍ ଆକବର ଲେଖିଥିଲେ ମୁଁ ଅଟକଥିବା ପିଲାମାନଙ୍କୁ ନେଇଜାଉଛି ମୁଁ ଓ ଡିଲର ହୁସେନ ଅହମଦ ଆସି ଏ କେସଟିକୁ ୧୪-୧୦-୨୦୨୦ରିଖ ଦୀନ ସମାଧାନ କରିବୁ ବୋଲି ଲିଖିତ ଦରଖାସ୍ତ ଦେଇଯାଇଥିଲେ।ଆଜକୁ ଛଅ ଦୀନ ବିତିଯାଇଥିଲେ ମଧ୍ୟ ସମାଧାନ ପାଇଁ ଆସୁନାହାଁନ୍ତି। ମୁଁ ପଟାମୁଣ୍ଡାଇ ପୋଲିସଙ୍କୁ ଏବିଷୟରେ ଜଣାଇଥିଲି ପୋଲିସ ସେକ୍ ମକସୁଦ ଆକବର କୁ ଫୋନ୍ କରିଥିବା ବୋଳେ ସେକ୍ ମକସୁଦ୍ ଫୋନ୍ ଉଠାଇନଥିଲେ। ଏହିପରି ସମୟ ଗଡ଼ିଗଲେ ମୋ ଧାନକଟା ମେସିନର ୱରେଣ୍ଟି ଶେଷ ହୋଇଜିବ ସେଥିପାଇଁ ମୁଁ ଆପଣଙ୍କ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ଜଣାଉଅଛି ମୋ ସହିତ ଚିଟ୍ କରୁଥିବା ଡିଲର ହୁସେନ ଅହମଦ ଅନ୍ୟ ବ୍ୟକ୍ତି ଶେକ୍ ମକସୁଦ ଆକବର ଙ୍କ ଉପରେ ଅଡାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମୋ ଅଭିଯୋଗର ସମାଧାନ କରାଯାଇ ମୋତେ ଉଚିତ ନ୍ୟାୟ ମିଳୁବୋଲି ଭରତ ଭୁଷଣ ନାୟକ ପ୍ରକାଶ କରିଛନ୍ତି। ପଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More