ପ୍ରଜ୍ଞାପୁରୁଷ କବି ସଂଜୀବ କୁମାର ନାୟକଙ୍କ ପରଲୋକ

30

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : – ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଜଣେ ପ୍ରଚଣ୍ଡ ପ୍ରତିଭାବନ୍ତ ସବୁଜ ମଣିଷ ଅଧ୍ୟାପକ ସଂଜୀବ ନାୟକଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ କିଛିଦିନ ହେବ କଟକ ବଡ଼ ଡାକ୍ତରଖାନା ଶ୍ରୀରାମଚନ୍ଦ୍ର ଭଞ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଇଁରାଜୀ ଭାଷା ସାହିତ୍ୟ ସହ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ଦିବଂଗତ ସଂଜୀବ ନାୟକଙ୍କ ଗଭୀର ପ୍ରବେଶ ରହିଥିଲା । ସମାଜ,ସାହିତ୍ୟ ଓ ବିଜ୍ଞାନକୁ ସହଜ ସୁନ୍ଦର ଦାର୍ଶନିକ ଦୃଷ୍ଟି ଦେଇ ବଖାଣିବାରେ ସେ ଥିଲେ ଜଣେ ଧୁରୀଣ ସାରସ୍ବତ ସାଧକ । ଜୀବନ – ପ୍ରେମ ଓ ମୃତ୍ୟୁର ଅତିନ୍ଦ୍ରିୟ ଦର୍ଶନକୁ ନେଇ କବି ସଂଜୀବ ନାୟକଙ୍କ ଲିଖିତ “ତୁମେ ନଥିବା ଜାଗାରେ ” କବିତା ପୁସ୍ତକ ପ୍ରକାଶିତ ହୋଇ ବେଶ ଜନାଦୃତ ହୋଇଛି । ସେ ଉତ୍କଳ ବିଶ୍ବ ବିଦ୍ୟାଳୟରୁ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତ୍ତକୋତ୍ତର ପାଠ ପଢି ସାରିବା ପରେ ସୋନପୁର ମହାବିଦ୍ୟାଳୟ ଓ ଏବେ ବୌଦ୍ଧ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା କରୁଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସଭାପତି ଓ ସଂପାଦକ ଭାବେ ବହୁବାର ଦାୟିତ୍ବ ନେଇ ଅନେକ ସଫଳ କାର୍ଯ୍ୟକ୍ରମ କରିବାରେ ତାଙ୍କର ପ୍ରତିଷ୍ଠା ଓ ପରାକାଷ୍ଠା ସ୍ମରଣୀୟ ହୋଇ ରହିବ ।ତାଙ୍କର ବିୟୋଗ ଖବର ପହଞ୍ଚିବା ପରେ ସମଗ୍ର ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ସୃଜନଶୀଳ ବର୍ଗ ସ୍ତବ୍ଧ ହୋଇପଡିଛନ୍ତି। ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More