ବୌଦ୍ଧ(ସଂଘର୍ଷ ମିଡିଆ) :- ଆଲୋକର ପର୍ବ ଶୁଭ ଦୀପାବଳି । ବୌଦ୍ଧ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଅନୁଷ୍ଠାନ ତରଫରୁ ଦୀପାବଳି ପର୍ବ ଖୁଵ ଆନନ୍ଦ ସହକାରେ ଆଧ୍ୟାତ୍ମିକ ମହତ୍ୱ ନେଇ ପାଳନ କରାଯାଇଥିଲା । କେନ୍ଦ୍ର ସଞ୍ଚlଳିକା ବି କେ ମାମିନା ଭଉଣୀ ନିଜ ବକ୍ତବ୍ୟ ରେ କହିଲେ ଜ୍ୟୋତି ସ୍ୱରୂପ ପରମାତ୍ମା ସମସ୍ତ ଜ୍ୟୋତି ସ୍ୱରୂପ ଆତ୍ମା ମାନଙ୍କ ପିତା ଅଟନ୍ତି, ଆଜି ମାନବ ସମାଜରେ ବିକାର ବ୍ୟସନ ମାୟା ରୁପି କାଳିମାର ଅନ୍ଧକାରରେ ପଡି ପ୍ରାୟ ସମସ୍ତେ ମାନସିକ ଶାରୀରିକ ବେଦନା ରେ ପୀଡିତ ଜୀବନ କଟାଉଛନ୍ତି । ଏ ଦୁର୍ଦଶା ସମୟରେ ସ୍ୱୟଂ ପରମପିତା ପରମାତ୍ମା ଧରାଧାମ ରେ ଦିବ୍ୟ ଅବତରଣ କରି ଆତ୍ମ ଜ୍ଞାନ ରୁପି ଆଲୋକ ପ୍ରଦାନ କରି ନୂତନ ସଂସାର ତଥା ସ୍ୱର୍ଗ ଦୁନିଆଁ ସ୍ଥାପନା କରୁଛନ୍ତି । ଦୀପାବଳି ସୁଖ ସମରୁଦ୍ଧି, ଶାନ୍ତି ସାମ୍ରାଜ୍ୟ ଆହ୍ୱାନର ପର୍ବ ଅଟେ । ପୁରୁଣା ସ୍ଵଭାଵ, ସଂସ୍କାର ରୁପି ଚୋପାଡ଼lକୁ ସମାପ୍ତ କରି ନୂତନ ସଂସ୍କାର ଯହିଁରେ କି ପ୍ରେମ -ଏକତା -ସତଭାବନା ରେ ଜୀବନ ଆନନ୍ଦମୟ ହୋଇଯିବ.ସମ୍ମାନିତ ଅତିଥି ସୁଶ୍ରୀ ରତିକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ଜନସମ୍ପର୍କ ଓ ସୂଚନା ଅଧିକାରୀ ବୌଦ୍ଧ ନିଜ ବକ୍ତବ୍ୟରେ କହିଲେ ରାବଣ ରାଜ୍ୟକୁ ସମାପ୍ତ କରି ଯେତେବେଳେ ଭଗବାନ ଶ୍ରୀରାମ ଅଯୋଧ୍ୟାକୁ ଆଗମନ କଲେ, ସେତେବେଳେ ନଗରବାସୀ ଦୀପ ଜଳାଇ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଅସତ୍ୟ ଉପରେ ସତ୍ୟର ବିଜୟ,ସୁଖ ସମୃଦ୍ଧି ରାଜ୍ୟର ଶୁଭାଗମନର ପର୍ବ ହିଁ ଦୀପାବଳି ବୋଲି ବର୍ଣନା କରିଥିଲେ । ବି କେ ସରୋଜ ଭାଇ ସଭାରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଦୀପାବଳି ପର୍ବରେ ସ୍ୱାଗତ ଜଣାଇ କହିଲେ ପରମାତ୍ମା ସର୍ବଧର୍ମ ଆତ୍ମଙ୍କ ପିତା ଅଟନ୍ତି, ତେଣୁ ତାଙ୍କୁ ସମସ୍ତେ ଜ୍ୟୋତି ସ୍ୱରୂପରେ ସ୍ୱୀକାର କରନ୍ତି । ବର୍ତ୍ତମାନ ସମୟ ଆସି ପହଁଚିଛି ବିଶ୍ୱରେ ସବୁ ଧର୍ମର ମାନବ ଈଶ୍ବରୀୟ ବିଦ୍ୟାଳୟ ଜ୍ଞାନକୁ ସ୍ୱୀକାର କରନ୍ତି, ତେଣୁ ଏ ସଂସ୍ଥା ବିଶ୍ୱ ସ୍ତରରେ ପ୍ରାୟ ଶହେ ଚାଳିଶ ଦେଶରୁ ଉର୍ଦ୍ଧ ଦେଶରେ ଶିକ୍ଷା ପ୍ରଦାନ କରୁଛି । ଭାରତକୁ ବିଶ୍ୱ ଗୁରୁ ରୂପେ ମାନ୍ୟତା ପ୍ରାପ୍ତ କରିବା ପଛରେ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗର ଭୂମିକା ବିଶେଷ ଅଟେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି ଓ ବ୍ରହ୍ମକୁମାରୀ ଓ ବ୍ରାହ୍ମକୁମାର ଭାଇ ମାନେ ଆତ୍ମିକ ସ୍ମୃତିରେ ଦ୍ବୀପ ପ୍ରଜ୍ବଳନ କରି ପରିବେଶ କୁ ସୁଶୋଭିତ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l