ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭିତରେ ଡରାଇଲାଣି ବାତ୍ୟା

23

Get real time updates directly on you device, subscribe now.

ଭୁବନେଶ୍ୱର(ସଂଘର୍ଷ ମିଡିଆ ) :: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭିତରେ ଡରାଇଲାଣି ବାତ୍ୟା । ଆସନ୍ତା ୭ ତାରିଖରେ ବାତ୍ୟାର ସ୍ପଷ୍ଟ ଚିତ୍ର ମିଳିବା ନେଇ ଅନୁମାନ କରାଯାଉଛି । ୧୦ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ । ଏନେଇ ବିଭିନ୍ନ ମଡେଲ ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଥିଲେ ମଧ୍ୟ ବାତ୍ୟାକୁ ନେଇ ଆଇଏମଡି କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ । ହେଲେ ଆଇଏମଡି ପକ୍ଷରୁ କୁହାଯାଇଛି କି ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହେବ । ୬ ତାରିଖ ବେଳକୁ  ସମ୍ପୃକ୍ତ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦିଆଯାଇଛି । ପରେ ପରେ ଏହା ଆହୁରି ଘନିଭୂତ ହୋଇ ୨୪ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ୭ ତାରିଖ ବେଳକୁ ଏହାର ସ୍ପଷ୍ଟ ଚିତ୍ର ଆସିବ ବୋଲି କୁହାଯାଉଛି । ଅନ୍ୟପଟେ ଏହି ଲଘୁଚାପ ଦକ୍ଷିଣ ଆଣ୍ଡାମାନ ସାଗରରେ ବାତ୍ୟାର ରୂପ ନେବା ନେଇ କୌଣସି ସ୍ପଷ୍ଟ ଚିତ୍ର ନଆସିଥିଲେ ମଧ୍ୟ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ବିଶେଷ ସମ୍ଭାବନା ରହିଛି ବୋଲି କୁହାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More