ଗଜପତି(ସଂଘର୍ଷ ମିଡିଆ ) : – ୟୁ ଟେକ କମ୍ପ୍ୟୁଟର ଏଜୁକେସନ ଇନ ଷ୍ଟିଉଟ ପରିସରରେ ଅନ୍ତର୍ଜାତୀକ ମାତୃ ଦିବସ ପାଳନ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବର୍ଷିୟାନ, ମହିୟସୀ ମହିଳା ମନୋହରା ବେବର୍ତ୍ତା,ଶସିରେଖା ମିଶ୍ର, କୁମୁଦିନି ପାତ୍ର ଯୋଗ ଦେଇଥିବା ବେଳେ ମାତଙ୍ଗିନି ଗୁରୁ ସ୍ୱାଗତ ଭାଷଣ ଦେଇଥିଲେ।ପରିଚୟ ପ୍ରଦାନ କରିଥିଲେ ମମତା ପଣ୍ଡିତ,ମୁଖ୍ୟ ଉପଦେଷ୍ଟା ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ।ସଭାନେତ୍ରୀ ଡି. ପ୍ରିୟଙ୍କା, ଅଧ୍ୟକ୍ଷତା ଏବଂ ସମ୍ପାଦିକା ତନୁଜା ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ।ଜ୍ୟୋସ୍ନା ପଟ୍ଟନାୟକ, ଗୋୖରୀ ବେହେରା, ପ୍ରଭାବତି ପଟ୍ଟନାୟକ, ସସ୍ମିତା ଗନ୍ତାୟତ ମହେଶ୍ୱରି ମହାରଣା ଏହି 5 ଜଣମାଆ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଲୋକ ନାଥ ମିଶ୍ର, ମୁରଲୀ ପରିଚ୍ଛା, ନିତ୍ୟାନନ୍ଦ ଚୌଧୁରୀ, ଶାଶ୍ୱତି ବେବର୍ତ୍ତା, ଭି କୁରୁମ ନାଥମସହଯୋଗ କରିଥିଲେ। ବିଶିଷ୍ଟ ଅତିଥି ଭାବେ ମାନସୀ ପଣ୍ଡା, ରଞ୍ଜିତା ତ୍ରିପାଠୀ, କଳ୍ପନା ପଟ୍ଟନାୟକ, ସୁଲତା ପ୍ରିୟଦର୍ଶନୀ ଯୋଗ ଦେଇଥିଲେ। ହାଇ ସ୍କୁଲ ଓ କଲେଜ ସ୍ତରରେ ତର୍କ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶେଷରେ ଲୋକନାଥ ମିଶ୍ର ଧନ୍ୟବାଦ ଦେଇଥିଲେ। ସତ୍ୟ ପାଢ଼ୀ,ପ୍ରଫୁଲ୍ଲ ବେବର୍ତ୍ତା, ରଚିତା ମହାନ୍ତି ପରିଚାଳନା କରିଥିଲେ।ମାଆ ର ଭୂମିକା ସନ୍ତାନ ପାଇଁ ଯୁଗେ ଯୁଗେ ଏକ ସ୍ୱତନ୍ତ୍ର ପରିଚୟ ଆଣିପାରିଛି।ତାର ନିସର୍ତ୍ତ ଭଲ ପାଇବା ସନ୍ତାନର ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିଥାଏ ବୋଲି ବକ୍ତା ମାନେ କହିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।