ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃ ଦିଵସ ପାଳିତ

12

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ସ୍ଥାନୀୟ ୟୁଟେକ୍ କମ୍ପ୍ୟୁଟର ଏଡୁକେସନ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମାତୃ ଦିବସ କଳ୍ପନା ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ମାଆକୁ ସମ୍ମାନ ଜାତିକୁ ସମ୍ମାନ ଏବଂ ମା ସର୍ବଂସହା ଏକ ବିଶେସ ବ୍ୟକ୍ତିତ୍ଵ ,ମାର ମମତା,ସ୍ନେହ,ତାଗ , ପ୍ରେମ ଅନନ୍ତ, ଅମାପ,ତାରି ଡୋରୀରେ ବନ୍ଧା ଏ ଜଗତ ତା ବିନା ଆମର ନାହିଁ ଅସ୍ତିତ୍ବ ବୋଲି ବକ୍ତାମାନେ କହିଥିଲେ। ଡ଼ ପ୍ରଦୀପ ମହାପାତ୍ର ସି.ଡି.ଏମ.ଓ ମୁଖ୍ୟ ଅତିଥି, ଡ ଅଜୟ ତ୍ରିପାଠୀ, ଅଧ୍ୟକ୍ଷ ଏସକେସିଜି କଲେଜ୍,ମୁଖ୍ୟ ବକ୍ତା ବରିଷ୍ଠ ମା ରତ୍ନବାଳା ପଟନାୟକ ବିଶିଷ୍ଟ ଅତିଥି,ଲୋକନାଥ ମିଶ୍ର, ତନୁଜା ଶତପଥୀ ସମ୍ପାଦିକା ପ୍ରଗତି,ଲୋକନାଥ ମିଶ୍ର ,ବିଚିତ୍ରାନନ୍ଦ ବେବର୍ତ୍ତା ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମି ମଞ୍ଚାସିନ ଥିଲେ। ଅନ୍ୟାନ୍ୟ ବକ୍ତା ମଧ୍ୟରେ ମନୋଜ ପଟନାୟକ,ପଣ୍ଡିତ ନରସିଂହ ଗୌଡ଼, ସବିତା ପଣ୍ଡିତ, ରାଜେଶ୍ୱରୀ ସ୍ୱାଇଁ, ବର୍ଷା ରାଉତ ପ୍ରଫୁଲ୍ଲ ବେବର୍ତ୍ତା,ମାନସୀ ପଣ୍ଡାବକ୍ତବ୍ୟ ରଖି ଥିଲେ।ଏହି ଶୁଭ ଅବସରରେ ଦୁଇ ଜଣ ଶ୍ରେଷ୍ଟ ମା ଶ୍ରଦ୍ଧାଞ୍ଜଳି ପଟନାୟକ ଏବଂ ଏମ୍ ଯୋଗଲାମାଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରା ଯାଇଥିଲା।ଏହି ଅବସରରେ କବିତା ପାଠ ଛବ,ଏକକ ଅଭିନୟ, ନୃତ୍ୟ, ସଗୀତ ପ୍ରତିଯୋଗିତା ହୋଇଥିଲା। ଶରତ ପ୍ରଧାନ, ତ୍ରିପତି ପଣ୍ଡା,ମୂରଲୀଧର ପରିଚ୍ଛା,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ରଞ୍ଜିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More