ପ୍ରଗତିଶୀଳ ଜନମଞ୍ଚ ପକ୍ଷରୁ ନାବାଳିକା ଗଣବଳତ୍କାର ଘଟଣାକୁ ନିନ୍ଦା ଓ ବିକ୍ଷୋଭ

16

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ପ୍ରଗତିଶୀଳ ଜନମଞ୍ଚ ପକ୍ଷରୁ ଆଜି ସ୍ଥାନୀୟ ଥାନା ଛକ ଠାରେ କଟକ ଓଏମ୍ପି ବସ ଷ୍ଟାଣ୍ଡରୁ ଏକ ଜଗତସିଂହପୁର ଜିଲ୍ଲାର ନାବାଳିକା ଝିଅକୁ ଗତିରାଉତ ପାଟଣାର ଏକ ରୁଦ୍ଧଦ୍ଵାର କୋଠରୀରେ ଗଣବଳତ୍କାରକୁ ନିନ୍ଦା କରି ବିକ୍ଷୋଭ କରିଥିଲେ। ପ୍ରଗତିଶୀଳ ଜନମଞ୍ଚ ର ଜିଲ୍ଲା ସଂଯୋଜିକା ପ୍ରାଚୀ ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା ଓ ଛାତ୍ରୀ ମାନେ ଏକତ୍ରିତ ହୋଇ ବିକ୍ଷୋଭ କରିବା ସହ କହିଥିଲେଗତିରାଉତ ପାଟଣାରୁ ଏକ ରୁଦ୍ଧଦ୍ୱାର କୋଠରୀରୁ ନାବାଳିକାକୁ ମୁର୍ମୁସ ଅବସ୍ଥାରେ ଉଦ୍ଧାର କରିବା ଭଳି ଏକ ଲୋମହର୍ଷଣ କାରୀ ଅମାନୁଷିକ କାଣ୍ଡ ତଥା ଗଣବଳତ୍କାର ଘଟଣାର ଅପରାଧୀ ମାନଙ୍କୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରିବା, ପିଡିତା ନାବାଳିକା ର ଉପଯୁକ୍ତ ଥଇଥାନ,ଶାରୀରିକ ମାନସିକ ଚିକିତ୍ସା ସମେତ ସୁରକ୍ଷା ପ୍ରଦାନ,ନାରୀ ନିର୍ଯ୍ୟାତନାର ମୁଖ୍ୟ କାରଣ ମଦ ଓ ନିଶାଦ୍ରବ୍ୟ ସେବନ ସମେତ ଅଶ୍ଳୀଳ ତାର ପ୍ରସାର ପ୍ରଚାର କୁ ବନ୍ଦ କରିବା,କଟକ ଭୁବନେଶ୍ୱର ର ପ୍ରମୂଖ ସ୍ଥାନ ତଥା ବସ ଷ୍ଟାଣ୍ଡକୁ ସିସି ଟିଭି ନଜରରେ ରଖିବା ଦାବିରେ ବିକ୍ଷୋଭ କରିଥିଲେ। ଏହି ବିଖୋଭ କାର୍ଯ୍ୟକ୍ରମ ରେ ମହିଳା ନେତ୍ରୀ ମମତା ପରିଡା,ଛଇଳ ବେହେରା,ମାନସୀ ମଲ୍ଲିକ, କାନ୍ଦୁରି ବାରିକ,ଲକୀ ସାହୂ ପ୍ରମୂଖ ସାମିଲ ହୋଇଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More