ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ମହାନଦୀ ସାହିତ୍ୟ ସଂସଦ ପ୍ରେକ୍ଷାଳୟରେ ଓଡ଼ିଶାର ବରେଣ୍ୟ କଣ୍ଠଶିଳ୍ପୀ ସଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଏହି ଶ୍ରଦ୍ଧାଂଜଳି ସଭାରେ ଅନୁଷ୍ଠାନର ଉପ ସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ
କବି ଶ୍ରୀ ବେଣୁଧର ପ୍ରଧାନ ,କବି ଲକ୍ଷ୍ମୀ ନାରାୟଣ ସାହୁ ,ବନମାଳି ପଣ୍ଡା ଏବଂ ଯୁଧିଷ୍ଠିର ପଧାନି ଯୋଗଦାନ କରି ଶୋକାର୍ତ୍ତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଉକ୍ତ ସଭାକୁ ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ ସଂଯୋଜନା କରି କହିଥିଲେ ମହାନଦୀ ସାହିତ୍ୟ ସଂସଦ ସହିତ କମଳଦେଶର ରାଜ କୁମାର କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଘନିଷ୍ଠ ସଂପର୍କ ଥିଲା । ମହାନଦୀ ସାହିତ୍ୟ ସଂସଦର ଆମନ୍ତ୍ରଣ କ୍ରମେ ସୁବର୍ଣ୍ଣପୁରକୁ ଆସି କହିଥିଲେ -ପ୍ରକୃତରେ ମୁଁ କମଳ ଦେଶକୁ ଆସିଛି । ସୁବର୍ଣ୍ଣପୁର ,ମହାନଦୀ ଓ ଜହ୍ନରାତିକୁ ଭେଟିଲା ପରେ ମୋତେ ଲାଗୁଛି ମୁଁ କମଳ ଦେଶର ନଈକୂଳରେ ଛିଡ଼ା ହୋଇଛି । ସୁବର୍ଣ୍ଣପୁର ମୋର ପ୍ରିୟ ସହର ମଧ୍ୟରୁ ଗୋଟିଏ । ଏ ସହର ବାରମ୍ବାର ମୋର ସ୍ମରଣରେ ରହିବ । ସେଇ ପ୍ରିୟ କଣ୍ଠଶିଳ୍ପୀଙ୍କ ଆମର ଆତ୍ମାଙ୍କ ପ୍ରତି ମହାନଦୀ ସାହିତ୍ୟ ସଂସଦର ଶୋକାର୍ତ୍ତ ଶ୍ରଦ୍ଧାଂଜଳି ।ଶେଷରେ କଣ୍ଠଶିଳ୍ପୀ ସୁରେନ୍ଦ୍ର ମିଶ୍ର ସ୍ବର୍ଗତ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କୁ ସ୍ମରଣ କରି ତାଂକର ଏକ ଜନପ୍ରିୟ ଜଣାଣ “ଭୁଜ ତଳେ ମୋତେ ରଖ ମହାବାହୁ …”ଗୀତକୁ ଗାନ କରିଥିଲେ । ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।
Get real time updates directly on you device, subscribe now.