ପ୍ରକୃତ ହିତାଧିକାରୀଙ୍କୁ କେବେ ମିଳିବ ଆବାସ ଗୃହ ?

30

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଲାଗାଁ ଗ୍ରାମର ସୁଶୀଳା ରାଉତଙ୍କୁ ଆବାସ ଯୋଜନାରେରେ ଘର ଖଣ୍ଡେ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ l ଅତି ଗରିବ ନିରୀହ ବାସ ହୀନ ପରିବାରଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗେଇଦେବା ପାଇଁ ପ୍ରଣୟନ ହୋଇଛି ଆବାସ ଯୋଜନା l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆବାସ ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାଃ….ବାଃ କରି ଡିଣ୍ଡିମ ପିଟୁଥିବା ବେଳେ ଏଇଠି ପ୍ରକୃତ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ଥିବା ଦୃଶ୍ୟ ଦେଖିବାକୁ ମିଳିଛି l ଯୋଜନାର ପ୍ରକୃତ ମୁଖ୍ୟ ଖୋଲିଦେଉଛି। ଏଠିକାର ଦୃଶ୍ୟ ପରିବାର କହିଲେ ମାଁ ଓ ଝିଅ ଦୁଇ ଜଣ ଝିଅ ବର୍ଷା ରାଉତକୁ ଧରି ଦିର୍ଘ ଦିନ ହେଲା ଦହନୀୟ ଅବସ୍ଥାରେ ଭଙ୍ଗା ଦଦରା କୁଡିଆ ରେ ବିପଦ ସଂକୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି l ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରୁଥିବ ହେଲେ ଏ ହେଉଛି ବାସ୍ତବ ଦୃଶ୍ୟ କେତେବେଳେ ଯେଏହି ଭଙ୍ଗା ଦଦରା କୁଡିଆ ଭୁଶୁଡ଼ି ପଡ଼ିବ ତାହାର କିଛି ଠିକ ଠିକଣା ନାହିଁ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଥର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳିନଥିବା ସୁଶୀଲା ରାଉତ ତାଙ୍କ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି | ଏଠାରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ଯେ ଅସହାୟ, ଗରିବ , ବାସହୀନ,ପରିବାରକୁ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ମିଳିପାରୁ ନାହିଁ ଅନ୍ୟପକ୍ଷେ ଅନେକ ଅଯୋଗ୍ୟ ହିତାଧୀକାରୀ ମାନେ ଆବାସ ଯୋଜନାରେ ଘର ହାତେଇ ଥିବାବେଳେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି l ଯାହା ଫଳରେ ଅସହାୟ, ଗରିବ, ବାସହୀନ, ପରିବାର ଭଙ୍ଗା ଦଦରା କୁଡିଆରେ ଭାଗ୍ୟ କୁ ଆଦରି ଜୀବନ ବିତାଉଛନ୍ତି l ଅନ୍ୟ ପଟେ ପ୍ରଶାସନ କୁ ଅନୁରୋଧ ତୁରନ୍ତ ଆବାସ ଯୋଜନାରେ ସୁଶୀଳା ରାଉତ ଙ୍କୁ ସାମିଲ କରି ପକ୍କାଘର ଖଣ୍ଡିଏ ଯୋଗେଇଦେବା ପାଇଁ ଗ୍ରାମବାସୀଦାବୀ କରିଛନ୍ତି | ଖବର ପ୍ରସାରଣ ହେବା ପରେ ପ୍ରସାଶନ କେତେ ଦିନ ମଧ୍ୟରେ ସୁଶୀଲା ରାଉତଙ୍କୁ ଆବାସ ଯୋଜନାରେ ସାମିଲ କରି ସୁଶୀଲା ରାଉତଙ୍କ ଭଙ୍ଗା ଦଦରା କୁଡିଆ କୁ ପକ୍କାଘର ରେ ପରିଣତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା l କଳାହାଣ୍ଡି ଜିଲ୍ଲା କୋକସରାବ୍ଲକରୁ ପୁରୁଷୋତ୍ତମ ସିଂହ ରାଜପୁତଙ୍କ ସହ ନାରାୟଣ ପ୍ରସାଦ ନାଏକଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More