ପ୍ରକୃତିର ଅନନ୍ୟ ସୃଷ୍ଟି ବାଇଚଢ଼େଇ ଓ ବାୟାବସା

11

Get real time updates directly on you device, subscribe now.

ସାଲେପୁର(ସଂଘର୍ଷ ମିଡିଆ) :- ବାଇ ଚଡେଇର କି ଯାଏ ବା'”କଲେ ବସା ଦୋହଲୁ ଥାଏ । ମାତ୍ର ଏବେ ଆଉ ଶୁଣିବାକୁ ମିଳୁନି ବାଇଚଢ଼େଇ ର ସେଇ କିଚିରି ମିଚିରି ଶବ୍ଦସହ ପବନ ରେ ଦୋଳାୟମାନ ବାୟାବସା । ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ବାଇଚଢ଼େଇ ଓ ବାଇଆ ବସା।ଚୈତ୍ର ମାସର ପ୍ରାରମ୍ଭ ରେ ବାଇ ଚଡେଇ ସୃଷ୍ଟି କରିଥାଏ ତାର ନିମଗ୍ନ କଳା ଭାସ୍କଯ୍ୟ ତାର ଛୋଟ ଛୋଟ ଥଣ୍ଟରେ ସୃଷ୍ଟିକରେବସା / କଟକ ଜିଲ୍ଲାର ମହାନଦୀ ଓ ଚିତ୍ରୋପଳା ନଦୀବନ୍ଧର ଦାମୋଦରପୁର, ଜନାର୍ଦନପୁର, ଗୋପୀନାଥପୁର ଆଦି ଅଞ୍ଚଳ ରେ ଥିବା ବିଭିନ୍ନ ତାଳଗଛ ଓ ଖଜିରି ଦେଖିବାକୁ ମିଳିଛି ଅନେକ ବାୟାବସା ଓ ଶୁଣିବାକୁ ମିଳୁଛି ବାଇଚଢ଼େଇ ର ସେହି ମନମତାଣିଆ ଶବ୍ଦ ।ଯାହାକୁ ଦେଖି କବି ମନରେ ଆସେ ଅପୁରନ୍ତ ଭାବାବେଗ ।ସେସବୁକୁ କାଗଜ କଲମରେ ଜୀବନ୍ୟାଶ ଦେବାପାଇଁ ଯତ୍ନଶୀଳ ହୋଇଉଠେ କବି ଓ ଭାବୁକ ପ୍ରାଣ । ଝଡ଼ ବତାସକୁ ତାର ଖାତିରନଥାଏ। ପବନର ସୁସୁ ଶବ୍ଦରେ ଝୁଲୁଥାଏ ବାଇଚଢେଇ ଓ ବାଇଆ ବସା ।ପବନର ସୁସୁ ଶବ୍ଦ ସାଙ୍ଗକୁ ମନ ହୃଦୟ ଯେମିତି ଅପୂର୍ବମୁର୍ଛନାରେ ଆନ୍ଦୋଳିତ ହେଉଥାଏ ।ବାରମ୍ବାର ପ୍ରାକୃତିକ ବିପଯ୍ୟୟ ସାଙ୍ଗକୁ ଜଙ୍ଗଲ ହ୍ରାସ ବିଶେଷ କରି ବାଇଚଢ଼େଇ ବିଲୁପ୍ତର ମୁଖ୍ୟକାରଣବୋଲି ମତଦିଅନ୍ତି ପ୍ରକୃତି ପ୍ରେମୀ ।ଯେତେବେଳେ ଛୋଟପିଲାଟି ଏ କାନ୍ଦୁଥାଏ, ମାଆ ବାଇଚଢେଇର ଗୀତ ବୋଲି ତାର ଛୁଆକୁ ଶୋଇପକାଇ ଥାଏ। ସେ ଗୀତରେ କହେ “ବାଇଚଢ଼େଇ ରେ ବାଇଚଢ଼େଇ, ତୋ ମା ଯାଇଛି ଗାଈ ଚରାଇ ଗହିର ବନରୁ ଆଣିବ ବେଲ “ବେଲ ଖାଇ ଧନ ମୋର ହୋଇବ ଗେଲ” । କୃଷକ ଟିଏ ହେଉ ବା ପଥିକ ଟିଏ ହେଉ ଯେତେ ବେଳେ ବାଟରେ ଯାଏ ବାଇଚଢ଼େଇ ର ଶବ୍ଦ ଓ ବାଇଆ ବସାକୁ ଦେଖିଲେ ମନ ପ୍ରଫୁଲିତ ହୁଏ ।ଯଦି ଗ୍ରାମାଞ୍ଚଳ ରେ ଜଙ୍ଗଲ କଟାନଯାଇ ଓ ନୂତନ ଜଙ୍ଗଲ ସୃଷ୍ଟି ହୁଅନ୍ତା ତାହେଲେତାହେଲେ ପ୍ରକୃତି ର ବିଚିତ୍ର ସୃଷ୍ଟି ବାଇଚଢ଼େଇର ବଂଶବୃଦ୍ଧି ହୋଇପାରନ୍ତା ବୋଲି ମତ ପ୍ରକାଶ କରିଛନ୍ତି ପ୍ରକୃତି ଓ ପକ୍ଷୀ ପ୍ରେମୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More