ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

11

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥର ପାସ ହାର ୭୮.୭୬% ରହିଛି। ଭିଡିଓ ରିଲିଜ ଜରିଆରେ ବିଦ୍ୟାଳୟ ଓ  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ଏ-୧ ଗ୍ରେଡରେ ରେ ୧୨୭୯ ଜଣ ପାସ୍ କରିଛନ୍ତି। ଏ-୨ରେ ୮୪୫୮,ବି-୧ରେ ୧୮୧୮୮, ବି-୨ରେ ୩୧୩୨୮ ଜଣ ପିଲା ପାସ୍ କରିଛନ୍ତି। ସେହିପରି ସି-ଗ୍ରେଡରେ ୪୯୧୫୩,ଡି-ରେ ୮୯୫୫୬, ଇ-ଗ୍ରେଡରେ ୨୨୩୧୯୫ ଜଣ ପିଲା ପାସ୍। ଚଳିତ ବର୍ଷ ମୋଟ ୫,୩୪,୮୪୩ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪,୨୧,୨୫୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧,୧୨,୫୭୫ ଜଣ ପିଲା ଫେଲ୍ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More