ପୌର ଏବଂ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସମାନୁପାତିକ ଦରମା, ପେନସନ୍, ଫାମିଲି ପେନସନ୍ ଦେବାକୁ ଦାବି

34

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ) :- କାର୍ଯ୍ୟରତ ଏବଂ ପୂର୍ବତନ ପୌର ପ୍ରତିନିଧି ଏବଂ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ବିଧାୟକ, ବିଧାୟିକା ମାନଙ୍କର ସମାନୁପାତିକ ଦରମା, ଭତ୍ତା,ପେନସନ୍, ଫାମିଲି ପେନସନ୍ ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ୨୦୧୧ ମସିହା ଠାରୁ ଦାବି କରି ଆସୁଛି। ବିଜେପି ଦଳ ହିଁ କାର୍ଯ୍ୟରତ ଏବଂ ପୂର୍ବତନ ପୌର ପ୍ରତିନିଧି ଏବଂ ପଞ୍ଚାୟତ ପ୍ରତିନିଧି ଯଥା – କାର୍ଯ୍ୟରତ ଏବଂ ପୂର୍ବତନ କର୍ପୋରେଟର, କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା,ପଞ୍ଚାୟତ ସମିତି,ସଭ୍ୟ, ସଭ୍ୟା, ସରପଞ୍ଚ, ନାଏବ ସରପଞ୍ଚ ଏବଂ ୱାର୍ଡ୍ ମେମ୍ବର୍ ମାନଙ୍କୁ ସମାନୁପାତିକ ଦରମା, ଭତ୍ତା, ପେନସନ,ଫାମିଲି ପେନସନ୍ କ୍ଷମତା ମର୍ଯ୍ୟାଦା ଦେବାରୁ ବଞ୍ଚିତ କରିଛି। ବିଜେପି ଯୋଗୁ ତୃଣମୂଳ ପ୍ରତିନିଧି ମାନେ ସେମାନଙ୍କର ହକ୍ ପାଇବାରୁ ବଞ୍ଚିତ ହୋଇଛନ୍ତି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଏହି ଦାବି ଉଠାଇବା ପରେ ବିଜେପି ଦଳ ଚେଇଁ ଉଠିଛି।୧୯୯୦ ମସିହାରେ ବିଜେପି କାହିଁକି ସାଂସଦ, ବିଧାୟକ, ବିଧାୟିକା ମାନଙ୍କୁ ମାସିକ ଲକ୍ଷ,ଲକ୍ଷ ଟଙ୍କା ପେନସନ ଓ ଫାମିିଲି ପେନସନ ଦେଲା ଏବଂ ପୌର ପ୍ରତିନିଧି ଏବଂ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ବଞ୍ଚିତ କଲା ସେ ସମ୍ବନ୍ଧରେ ବିଜେପି ଦଳ ସ୍ପଷ୍ଟୀକରଣ ଦେଉ, ବିଜେପି ର ଏହି ନିଷ୍ପତ୍ତି ଫଳରେ ବହୁ ଦାଗୀ ଅପରାଧି ଏବଂ କୋଟିପତି ମାସିକ ଲକ୍ଷ ଲକ୍ଷ ଟଙ୍କା ପେନସନ ପାଉଥିବା ବେଳେ ତୃଣମୂଳ ପ୍ରତିନିଧିମାନେ ଗରିବ ହେଇଥିଲେ ମଧ୍ୟ ସେମାନଙ୍କର ହକ ପାଇ ପାରୁ ନାହାଁନ୍ତି। ବିଜେପି ଦଳର ଏହି କାର୍ଯ୍ୟକ୍ରମକୁ କଂଗ୍ରେସ୍ ବିଜେଡି ଦଳ ମାନେ ମଧ୍ୟ ସମର୍ଥନ କଲେ। ସାଂସଦ ବିଧାୟକ,ବିଧାୟିକା ମାନଙ୍କର ଦରମା,ପେନସନ, ଫାମିଲି ପେନସନ ବୃଦ୍ଧି ବିଧାନ ସଭାରେ ବିନା ଆଲୋଚନା ରେ ସବୁଦଳ ଏକାଠି ହୋଇ ପାସ୍ କରାନ୍ତି। ତୃଣମୂଳ ପ୍ରତିନିଧି ମାନଙ୍କ ପାଇଁ ପଦେ ହେଲେ ମଧ୍ୟ ଦାବି ଉଠାନ୍ତି ନାହିଁ।ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସରକାର କୁ ଆସିଲେ ଆସନ୍ତା ତା ୧-୬-୨୦୨୪ ରିଖ ( ଶନିବାର) ଦିନ ଠାରୁ ସମସ୍ତ ତୃଣମୂଳ ଲୋକ ପ୍ରତିନିଧି ଯଥା – କାର୍ଯ୍ୟରତ ଏବଂ ପୂର୍ବତନ କର୍ପୋରେଟର, କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା,ପଞ୍ଚାୟତ ସମିତି,ସଭ୍ୟ,ସଭ୍ୟା, ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ମାନଙ୍କୁ ସେମାନଙ୍କର ନିର୍ବାଚିତ ତାରିଖ ଠାରୁ ସମାନୁପାତିକ ଦରମା, ପେନସନ, ଫାମିଲି ପେନସନ ଦେବ ବୋଲି ଘୋଷଣା କରିଛି। ତେଣୁ ବିଜେଡି,ବିଜେପି ଓ କଂଗ୍ରେସ ଦଳ ଏହି ବିଷୟରେ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ସଭାପତି ରମେଶ ଚନ୍ଦ୍ର ରାଉତ ଆହ୍ଵାନ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More