ପୌରପାଳିକା ଦ୍ୱାରା କଲ୍ୟାଣ ମଣ୍ଡପକୁ ସିଲ କରିବା ନିଷ୍ପତ୍ତିକୁ ବିରୋଧ

39

Get real time updates directly on you device, subscribe now.

ରାଜଗାଙ୍ଗପୁର ( ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ସହର ୱାର୍ଡ ନମ୍ବର ୧ ରେ ସ୍ଥିତ କଲ୍ୟାଣ ମଣ୍ଡପକୁ ସିଲ କରାଯିବା ନିଷ୍ପତ୍ତିକୁ ବିରୋଧ କରି ସ୍ଥାନୀୟ ଲୋକମାନେ ପୌରପାଳିକା ଅଫିସ ଘେରାଉ କରିଥିଲେ। ଜ୍ଞାତଵ୍ୟ ଥାଉ ଯେ ୩  ବର୍ଷ ପୂର୍ବେ ପୌରପାଳିକା ଦ୍ଵାରା ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଅନୁଦାନକୁ ବ୍ୟୟ ବରାଦ କରି କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିଲା। ସେହି ସମୟରେ ଅଧ୍ୟକ୍ଷ କିଶୋର ମହାନ୍ତି ଏବଂ ପୁର୍ବତନ ବିଧ୍ୟାୟକ ମଙ୍ଗଳା କିଷାନ ଦ୍ୱାରା ଉଦଘାଟିତ ହୋଇଥିଲା। କିନ୍ତୁ ପୌରପାଳିକା ଦ୍ଵାରା ଉକ୍ତ ମଣ୍ଡପ କୁ ଆଜି ପର୍ଯ୍ୟନ୍ତ ବ୍ୟବହାର କରା ଯାଇ ନ ଥିଲା । ଏହା ପାଇଁ ପୁର୍ବରୁ ଆମ ଖବର କାଗଜ ସକାଳ ରେ ଖବର ପ୍ରକାଶିତ ହୋଇଥିଲା। ଉକ୍ତ ଖବର ପ୍ରକାଶିତ ହେବା ପରେ ବର୍ତ୍ତମାନ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଆଜି ତାକୁ ସିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ଲୋକଙ୍କ ବିରୋଧ ଯୋଗୁଁ ଆଜି ସମ୍ଭବ ହୋଇ ପାରି ନ ଥିଲା ।  ରାଜଗାଙ୍ଗପୁରରୁ ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More