ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ ଓଲମା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଥିବା ବଡ ଓଲମା ଆଶ୍ରମ ବିଦ୍ୟାଳୟ-୧ ରେ ପୋଷାକ ବଣ୍ଟନ ଉତ୍ସବ ମହା ସମାରୋହରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଟିତ ହୋଇ ଯାଇଛି।ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗଦିଶ ଭତ୍ରାଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ବଡ ଓଲମା ସରପଞ୍ଚ ବୁଦାଇ ଭତ୍ରା,ସମ୍ମାନୀତ ଅତିଥି ବଡଓଲମା ଆଞ୍ଚଳିକ ସାଧନ କେନ୍ଦ୍ର ସଞ୍ଜୋଜକ ଧନଞ୍ଜୟ ବଡଜେନା,ଆଦର୍ଶ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା,ସଭ୍ୟ /ସଭ୍ୟା ଭୁପେନ୍ଦ୍ର ବିସୋୟୀ,ମଇନା ଭତ୍ରା, ଗୋପାଳ ହରିଜନ,କମଳା ଭତ୍ରା,ଶିକ୍ଷାବିତ୍ ରଜେନ୍ଦ୍ର ବିଷୋୟୀ, ସହକାରୀ ଶିକ୍ଷକ ଭୋଜରାଜ ମାଝୀ,ଜଗଦିଶ ସାହୁ,ଅବଦୁଲ ଗଫର(ହିନ୍ଦି ଶିକ୍ଷକ),ଏ ଏନ୍ ଏମ୍ ଜୟନ୍ତୀ ପୁଝାରୀ,ଛାତ୍ରୀ ସହାୟିକା ସଞ୍ଜୁକ୍ତା ବେହେରା ପ୍ରମୁଖ ଉପସ୍ତିତ ରହି ମୋଟ୍ ଛାତ୍ର/ଛାତ୍ରୀ ୨୮୯ଜଣଙ୍କ ମଧ୍ଯରୁ ୨୬୨ ଜଣଙ୍କୁ ପୋଷାକ ବିତରଣ କରାଯାଇଥିଲା।ସରକାରଙ୍କ ଯୋଜନାରୁ ପୋଷାକ ବିତରଣ ନେଇ ଛାତ୍ର/ଛାତ୍ରୀ ମାନଙ୍କ୍ ମନରେ ଖୁସିର ଲହରି ଖେଳି ଯାଇଥିଲା।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More