ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଞ୍ଚଳା ଗ୍ରାମ ପଞ୍ଚାୟତର କାର୍ଯ୍ୟ।ଳୟ ପରିସରରେ ଡାବୁଗାଁ ପୋଲିସ ଅଧିକାରି ମାନଙ୍କ ଦ୍ଵାରା ଅଞ୍ଚଳା ଯୁବ ସରପଞ୍ଚ ରମେଶ୍ ମାଝିଙ୍କ ସହଯୋଗରେ ଆମ୍ ପୋଲିସ୍ ସମିତି କାର୍ଯ୍ୟକ୍ରମ ବେଶ୍ ସୁନ୍ଦର ଭାବେ ଅନୁଷ୍ଟିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ ଆମ୍ ପୋଲିସ୍ ସମିତି କାର୍ଜ୍ୟକ୍ରମରେ ଥାନା ଅଧିକାରି ଅଭିମନ୍ୟୁ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ସରପଞ୍ଚ ଶ୍ରି ମାଝି, ସମିତି ସଭ୍ୟା ଭଗବତି ପନକା,ଗ୍ରାମ ପଞ୍ଚାୟତ ସଭାପତି ରତନ କଲାର, ନାଏବ ସରପଞ୍ଚ କଉସଲ୍ୟା ଜାନି,୧୧ ଟି ୱ୍।ର୍ଡ୍ ର ସମସ୍ତ ସଭ୍ୟ୍/ସଭ୍ୟା,ଗନଛୁ ଗଣ୍ତା,ଚଇତୁ ଜାନି,ରୁପଧର ଗଉଡ ପ୍ରମୁଖ ମାନଙ୍କ ସହ ଗ୍ରାମର ମହିଳା ଓ ଭଦ୍ରବ୍ୟକ୍ତି ବୃନ୍ଦ ଉପସ୍ତିତ ରହିଥିଲେ।ମଞ୍ଚରେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ଶିଶୁ ସମ୍ମନିତ ବିକାଶ ଅଧିକାରି ଶ୍ରିମତି ଜମୁନା ଭତ୍ରା, ଆଇ ସି ଡି ଏସ୍ ସୁପରଭାଇଜର ବିମଳା କୁମାରି ନାୟକ, ସହ-ନିରିକ୍ଷକ କୁଳ ଭୁଷଣ ନାୟକ ଓ ମେନକା ସା,ସହ-ଉପ-ନିରିକ୍ଷକ ବିଜୟ୍ କୁମାର ସାହୁ,ଆଇନ୍ ଜିବି ଦିବାନ୍ ସିଙ୍ଗ ପ୍ରମୁଖ ଉପସ୍ତିତ ରହି ପୋଲିସ୍ ସହ ଜନସାଧାରଣଙ୍କ ଭିତରେସୁ ସମ୍ପର୍କ ରଖି ବାଲ୍ୟ ବିବାହ,ଶିଶୁ ଶ୍ରମିକ,ଶିଶୁ ଅପବ୍ୟବହାର,ଶିଶୁ ସେସ୍କୁଆଲ ହାରାସମେଣ୍ଟ ଉପରେ ବ୍ୟାପକ ମତାମତ ଅଧିକାରି ମାନେ ଦେଇ ସାରିବା ପରେ ଆଇନଜିବି ଶ୍ରି ସିଙ୍ଗ୍ ଆଇନ୍ ଉପରେ ନିଜର ମତ ବ୍ୟକ୍ତ କରିଥିଲେ। ବାଲ୍ୟ ବିବାହ ନକରିବା ନେଇ ଶପଥ ପାଠ କରିଥିଲେ।ରାସ୍ତାରେ ଦୁର୍ଘଟଣା ରୋକା ଯାଇ ପାରିବା ଉପରେ ମଦ୍ୟପାନ କରି ଗାଡି ଚଳାନ୍ତୁ ନି ,ବାଇକ୍ ଚଲାଇଲା ବେଳେ ସର୍ବଦା ହେଲମେଣ୍ଟ୍ ବ୍ୟବହାର କରନ୍ତୁ ଓ ଦ୍ରୁତଗତିରେ ଗାଡି ନଚଳାଇ ନିଜ ଅକ୍ତିଆରରେ ଗାଡି ଚଳାଇଲେ ଦୁର୍ଘଟଣାରୁ ରକ୍ଷା ପାଇ ପାରିବେ ବୋଲି ଥାନା ଅଧିକାରି ପରାମର୍ଶ ଦେଇଥିଲେ। ବାଲ୍ୟ ବିବାହ ଉପରେ ଶିଶୁ ସମ୍ମନିତ ଅଧିକାରି ବ୍ୟାପକ ଭାବେ ବୁଝାଇ ଥିଲେ।ପୁଅ ଝିଅ ମାନଙ୍କ ଉପରେ ସବୁବେଳେ ନଜର ରଖିବାକୁ ପରାମର୍ଶ ମା ମାନଙ୍କୁ ଦିଆ ଯାଇଥିଲା। ଫୋନ ମାଧ୍ୟମରେ ଓ ଟିପି କାହାରିକୁ ନଦେବା ପାଇଁ ପରାମର୍ଶ ଦିଆଯାଇଥିଲା। ଜିଲ୍ଲା ସଦର ମହକୁମା,ଓଡିଶା ପୋଲିସଙ୍କ ପତ୍ର ସଙ୍ଖ୍ୟା ୭୦୬/୨୧.୫.୨୦୨୨ ଅନୁଯାୟୀ ସମସ୍ତ ଥାନା ଅଞ୍ଚଳରେ କରିବା ପାଇଁ ନିର୍ଦ୍ଧେଶ ଥିବାବେଳେ ଆଜି ଉମରକୋଟ୍,ଡାବୁଗାଁ ଓ ପାପଡାହାଣ୍ଡି ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।