ପୋଲିସ ମିଥ୍ୟା ମାଓବାଦୀର ଆଖ୍ୟା ଦେଇ ଏନକାଉଣ୍ଟର ପ୍ରତିବାଦର ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

20

Get real time updates directly on you device, subscribe now.

ମାଥିଲି(ସଂଘର୍ଷ ମିଡିଆ) – କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମାଲିପଦର ଜଙ୍ଗଲରେ ଗତ ଶୁକ୍ରବାର ଦିନ ଏନକାଉଣ୍ଟର ଘଟଣା ରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଭେଜା ଗୁଡା ପଞ୍ଚାୟତ ର ସର୍ଗି ଗୁଡା ଗ୍ରାମର ଧନ କୁମାର ଙ୍କ ମୃତ୍ୟୁ ହୋଇଥିଲା।ତାହାର ପ୍ରତିବାଦରେ ଆଜି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କତାମେଟା ଠାରେ ପରିବାର ଏବଂ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ସତାଧିକ ଲୋକ ସାମାଜିକ କର୍ମୀ ସରତ ବୁରୁଦାଙ୍କ ନେତୃତ୍ୱରେ 326 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।ଜାତୀୟ ରାଜପଥ ଅବରୋଧ ଫଳରେ ଦୁଇ ପାର୍ଷରେ ବହୁ ଦ୍ରୁତଗାମୀ ଯାତ୍ରୀବାହୀ ଗାଡି ଅଟକି ଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ଗତ 11 ତାରିଖ ଶୁକ୍ରବାର ରାତିରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହେଇଥିଲା ଏବଂ 2 ଜଣ ମାଓବାଦୀଙ୍କ ମୃତ୍ୟୁବରଣ କରିଥିବା ଦକ୍ଷିଣ ଓଆଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ ସୂଚନା ଦେଇଥିଲେ। କିନ୍ତୁ ପରବର୍ତୀ ସମୟରେ ପରିବାର ଲୋକେ ଏହା କୁ ଖଣ୍ଡନ କରି ମିଥ୍ୟ ଏନ କାଉଣ୍ଟର ବୋଲି ଦାବି କରିଛନ୍ତି। ସେ ଜଣେ ଦିନ ମଜୁରିଆ ଆଉ ଗଂଜେଇ ଦଲାଲ ଙ୍କ ସହ କିଛି ଟଙ୍କା ଲାଳସାରେ ଗଂଜେଇ ଭାର ବହିବାକୁ ଯାଇଥିଲା। ମାଓବାଦୀଙ୍କ ସହ କୌଣସି ପ୍ରକାର ସମ୍ପର୍କ ନାହିଁ। ପୋଲିସ ନିଜର ଅପାରଗତା କୁ ଲୁଚାଇବାକୁ ଯାଇ ଏହି ଭଳି ମାଓବାଦୀଙ୍କ ନାମ ଦେଇ ନିଜର ପରିବା ପଣିଆ କୁ ପ୍ରତି ପାଦନ କରୁଛି। ଆଉ ଏହାର ପ୍ରତିବାଦ କରି ରାସ୍ତା ରୋକ କରିଛନ୍ତି। ଉଚିତ ତଦନ୍ତ କରି ପୀଡିତ ପରିବାରକୁ ଉଚିତ ନ୍ୟାୟ ଏବଂ କ୍ଷତିପୂରଣ ଦାବି କରିଛନ୍ତି। ଯେବେ ଯାଏ ପ୍ରଶାସନ କି ସରକାର ଏହି ବାବଦରେ ତଦନ୍ତ କରି ବାସ୍ତବତା ଉପରେ ପରଦା ନ ହଟାଏ ତେବେ ପରିସ୍ଥିତି ଆହୁରି ଉଗ୍ର ହେବ ବୋଲି କହିଛନ୍ତି ଆନ୍ଦୋଳନ କାରି। ପୀଡିତ ପରିବାର ନିହାତି ନିରୀହ ଏବଂ ଦିନ ମଜୁରିଆ ଅଟନ୍ତି ଏଣୁ ପରିବାର ଭରଣ ପୋଷଣ ପାଇଁ କ୍ଷତି ପୁରଣ ଦେବାକୁ ଦାବି ହେଉଛି। ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଛନ୍ତି କିନ୍ତୁ ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କରିବାକୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଆସି ନଥିବା ଦେଖିବାକୁ ମିଳୁଛି। ଆତି ସମ୍ବେଦନଶୀଳ ବିଷୟ ଏହା ଯେ ଗତକାଲି ଠାରୁ ସବ ବ୍ୟବଛେଦ ପରେ ଚିନ୍ହଟ ସାରିଥିଲେ ମଧ୍ୟ ପୋଲିସ ସବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନାହିଁ। ତେବେ ପରିବାର ଲୋକଙ୍କୁ ଶବ ଦେବା ସହ ଉଚିତ ନ୍ୟାୟ ପାଇଁ ଲୋକେ ଦାବି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More