ପୋଲିସ ମାଓବାଦୀ ମଧ୍ୟରେ ୩ ଦିନ ଧରି ଗୁଳି ବିନିମୟ, ଖସିଗଲା ମାଓ କମାଣ୍ଡର ନିଖିଲ

11

Get real time updates directly on you device, subscribe now.

ନୂଆପଡା (ସଂଘର୍ଷ ମିଡିଆ ) : – ନୂଆପଡା ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ପରେ ପରେ କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ଲୁବେନଗଡ଼ ନିକଟରେ ଥିବା ମୁଣ୍ଡାମସ୍କା ସଂଗ୍ରକ୍ଷିତ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ୩ ଦିନ ଧରି ଗୁଳି ବିନିମୟ ହୋଇଥିଲା। ସୂଚନା ଅନୁଯାୟୀ କିଛି ଦିନ ହେଲା ଏହି ଅଞ୍ଚଳରେ ସିପିଆଇ ମାଓବାଦୀ କ୍ୟାମ୍ପ କରି ଯୋଜନା କରୁଥିବା ବେଳେ ଏହି କ୍ୟାମ୍ପ ରେ KKBN ଡିଭିଜନାଲ କମିଟିର ମାଓ କମାଣ୍ଡର ନିଖିଳ, ଦଶରୁ ,ଅନୀଲ ଓ ମମତା ଥିବା ନେଇ ଖବର ପାଇ ଏସଓଜି ଓ ଡିଭିଏଫ ପକ୍ଷରୁ ମୁଣ୍ଡାମସ୍କା ସଂଗ୍ରକ୍ଷିତ ଜଙ୍ଗଲ ରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପ୍ରାୟ ୨୫ରୁ ୩୦ ଜଣ ମାଓବାଦୀ ଛତ୍ର ଭଙ୍ଗ ଦେଇଥିବା ବେଳେ ମାଓ କମାଣ୍ଡର ନିଖିଳ, ଦଶରୁ ,ଅନୀଲ ଓ ମମତା ଛତ୍ର ଭଙ୍ଗା ଦେବାଇଥିବା ପୋଲିସ ସୂଚନା ଦେଇଛି। ସର୍ଚ୍ଚ ଅପରେସନ ବେଳେ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ,ମାଓ ପୁସ୍ତକ, ମାଓ ପୋଷ୍ଟର,ଡେଟୋନେଟର,ଜୀବନ୍ତ ଗୁଳି, ବିପୁଲ ପରିମାଣର ଔଷଧ ସମେତ ଖାଦ୍ୟ ସାମଗ୍ରୀ ଜବତ। ସେପଟେ ଏହି ଗୁଳି ବିନିମୟ ରେ KKBN (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନାଲ କମିଟି ର କମାଣ୍ଡର ନିଖିଳ ,ଅନୀଲ ଓ ଦଶରୁ ସମେତ ମମତା ଛତ୍ର ଭଙ୍ଗ ଦେଇଥିବା ସୁଚନା ଦେଇଛନ୍ତି କଳାହାଣ୍ଡି ଏସପି।ଏନେଇ ଆଜି କଳାହାଣ୍ଡି ପୋଲିସ ପକ୍ଷରୁ ରିଜର୍ଭ ପୋଲିସ ପଡିଆରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ କଳାହାଣ୍ଡି ଏସପି ଅଭିଳାଷ ଜି, ସିଆରପିଏଫ କମାଣ୍ଡର ବିପ୍ଳବ ସରକାର, ସିଆରପିଏଫ ଅପରେସନହେଡ ପ୍ରଭାତ ବେହେରା ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More