ପୋଲିସ ବଦଳି ଦାବିରେ ଧାରଣା

17

Get real time updates directly on you device, subscribe now.

ନରସିଂହପୁର( ସଂଘର୍ଷ ମିଡିଆ ) : ଦୁର୍ନୀତିଗ୍ରସ୍ତ ତଥା ଆଇନ ଉଲ୍ଲଘଂନକାରୀ ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ବଦଳି ଦାବିରେ ନରସିଂହପୁର ଯୁବ ପରିଷଦ ପକ୍ଷରୁ ଛାଡଖାଇ ପେଣ୍ଡାଲ ଠାରେ ଧାରଣା ଓ ଆମରଣ ଅନଶନ ଜାରି ରହିଛି। ଘଟଣାରୁ ପ୍ରକାଶ ଯେ ନରସିଂହପୁର ଅଞ୍ଚଳର ଜଣାଶୁଣା ସ୍ଵେଚ୍ଛାସେବୀ ସୁବ୍ରତ ମିଶ୍ରଙ୍କୁ ନରସିଂହପୁର ପୋଲିସ ଓ ବାଲିଗୁଡା ପୋଲିସ ଏକ ଘଟଣାର ପଚାରାଉଚରା କରିବା ପାଇଁ ରାତି ଅଧରେ ସୁବ୍ରତଙ୍କ ଘର ଚାରିପଟେ ଆଣ୍ଟିସୋସିଆଲ ଭାବରେ ପୋଲିସ ଛାଉଣ କରି ଉଠାଇ ନେଇଥିଲା । ପରେ କୈଣସି ପ୍ରମାଣ ନ ପାଇବାରୁ ପୋଲିସ ଛାଡି ଦେଇଥିଲା। ମାତ୍ର ସୁବ୍ରତଙ୍କୁ ଏଭଳି ରାତି ଅଧରେ ପୋଲିସ ଆଣ୍ଟିସୋସିଆଲ ଭାବରେ ଉଠାଇନେବା ଘଟଣାକୁ ସୁବ୍ରତଙ୍କ ମାନ ସମ୍ମାନ ହାନି ହୋଇଥିବା ନେଇ ପୂର୍ବରୁ ସୁବ୍ରତ ଓ ନରସିଂହପୁର ଯୁବ ପରିଷଦ ପକ୍ଷରୁ ପୋଲିସ ଅଧିକାରୀଙ୍କ ବଦଳି ପାଇଁ ପୋଲିସ ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜାଣାଇଥିଲେ ମଧ୍ୟ କୈଣସି ସୁଫଳ ମିଳିନଥିଲା। ଫଳରେ ଆଜି ନରସିଂହପୁର ଯୁବ ପରିଷଦ ପକ୍ଷରୁ ଆଜିଠାରୁ ତିନିଦିନ ଧାରଣା ଓ ତାପରେ ଅନଶନରେ ବସିବେ ବୋଲି ପ୍ରକାଶ କରିଛନ୍ତି। ତେବେ ଯେ ପର୍ଯ୍ୟନ୍ତ ନରସିଂହପୁର ଥାନା ଅଧିକାରୀଙ୍କୁ ଏଠାରୁ ବଦଳି କରାନଯାଇଛି ସେ ପର୍ଯ୍ୟନ୍ତ ଏ ଅନଶନ ଜାରି ରହିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More