ପୋଲିସ ଓ ପରିବହନ ବିଭାଗ ତରଫରୁ ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ

12

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ଓଡିଶା ସରକାରଙ୍କ ପରିବହନ କମିଶନରଙ୍କ ନିର୍ଦେଶାନୁଯାୟୀ ତା 16/04//22 ରାତ୍ରିରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା l ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ସମୁଦାୟ 20 ଟି ମାମଲା ଚିହ୍ନଟ କରାଯାଇଥିଲା, 5ଟି ଗାଡି ଚାଳନା ପ୍ରମାଣ ପତ୍ର ସ୍ଥଗିତ ରଖାଯାଇଥିଲା, 20ଟି ବିଭିନ୍ନ ଗାଡିକୁ ଅଟକ ରଖାଯାଇଥିବା ବେଳେ,17 ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି l ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡାଙ୍କ ନିର୍ଦେଶ କ୍ରମେ ଏହି ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ କାର୍ଯ୍ୟକ୍ରମ ଆରଟିଓ ରବିନ ପଟ୍ଟନାୟକ ଏବଂ ଏସଡିପିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେରେ ପରିବହନ ବିଭାଗ କର୍ମଚାରୀ ଓ ପୋଲିସ ବିଭାଗର ଅଧିକାରୀଙ୍କ ଦ୍ୱାରା ଜିଲ୍ଲାରେ ଏକକାଳୀନ ଜିଲ୍ଲା ସଦର ମହକୁମା ସହ ବିଭିନ୍ନ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More