ପୋଲିସ ଓ ଅବକାରୀ ବିଭାଗର ଚଢଉ, ୭୫୦ କେଜି ମହୁଲପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ

33

Get real time updates directly on you device, subscribe now.

ସୁନ୍ଦରଗଡ (ସଂଘର୍ଷ ମିଡିଆ ): ଆଜି ବଣାଇଁ ଉପଖଣ୍ଡର ଲହୁଣୀପଡା ଓ କୋଇଡା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମର ଜଗଂଲ ଭିତରେ ଚୋରା ଦେଶୀ ମହୁଲି ମଦ କାରବାର କରୁଥିବା ସମୟରେ ଅତର୍କିତ ଚଢାଉ କରି ୭୫୦ କେଜି ମହୁଲପୋଚ ଜବତ ସହ ମଦରନ୍ଧା ସାମଗ୍ରୀ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଜବତ ହୋଇଥିବା ଜଣାପଡ଼ିଛି । ଏହି ଚଢାଉ ଅବକାରୀ ବିଭାଗର ସୁପରିଟେଣ୍ଡେନ ନଲିନୀ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଲହୁଣୀପଡା ଓ କୋଇଡା ଥାନା ଅନ୍ତର୍ଗତ ଅଞ୍ଚଳରେ ଥିବା ବିଭିନ୍ନ ଜଗଂଲ ଭିତରେ ଦେଶୀ ମହୁଲି ମଦ ଚୋରା ମଦ କାରବାର କରୁଥିବା ସ୍ଥାନରେ ଚଢାଉ କରି ମହୁଲପୋଚ ନଷ୍ଟ କରିବା ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି। ଏହି ଚଢାଉ ବେଳେ କୋଇଡ଼ା ପୋଲିସ ଏବଂ ରାଉରକେଲା ମୋବାଇଲ ସ୍କୁଡ ଆଇଆଇସି ସୋମନାଥ ବାଗ ଓ ତନୁ କିଶୋର ପାତ୍ର, ସଞ୍ଜୟ କୁମାର ଭୁକ୍ତା, ଅବକାରୀ ବିଭାଗର ଅଧିକାରୀ ଶ୍ରୀକାନ୍ତ ପଟ୍ଟନାୟକ, ଏଏସଆଇ ଅବଦୁଲ ଅନୱର, ଉଗ୍ରସେନ ବେହେରା, ପଞ୍ଚାନନ ଜେନା, ଘନଶ୍ୟାମ ମାହାନ୍ତ, କୁମାରୀ ପ୍ରଧାନ, ବିମ୍ବାଧର ସାହୁ, ବିକାଶ ରଞ୍ଜନ ମାହାନ୍ତ, ହେମ ମଞରୀ ବିଶ୍ବାଳ. ସ୍ଵୟମ ସୁଧା ସାହୁ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More