ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗର ମିଳିତ ଯାନବାହାନ ଯାଞ୍ଚ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପାପଡାହାଣ୍ଡି ସ୍ଥିତ ଡିଅର ପାର୍କ ପାଖରେ ଆଜି ପାପଡାହାଣ୍ଡି ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ମିଳିତ ଯାନବାହାନ ଯାଞ୍ଚ କଡାକଡି କରାଯାଇଥିଲା | ସାରା ରାଜ୍ୟରେ ଜିରୋ ଫାଂଟାଲିଟି ସପ୍ତାହ ପାଳନ ହେଉଥିବା ବେଳେ ଆଜି ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଯାଞ୍ଚ କଡାକଡି କରାଯାଇଛି | ଯାଞ୍ଚ ସମୟରେ ତିନି ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ଅନେକ ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଜୋରିମାନା କରାଯାଇଛି | ଏହି ଯାନବାହାନ ଯାଞ୍ଚ ସମୟରେ ନବରଙ୍ଗପୁର ଆଞ୍ଚଳିକ ପରିବହନ ବିଭାଗର କନିଷ୍ଠ ମୋଟର ଯାଞ୍ଚ ନିରକ୍ଷକ ଉପେନ୍ଦ୍ର ପୁଷିକା , ବିଜୟ କୁମାର ସେଠି, ଦିଲୀପ ନାୟକ , ବାଲାଜୀ ଚୌଧୁରୀ , ପାପଡାହାଣ୍ଡି ଆଇ ଆଇ ସି ଦୀପକ କୁମାର ଜେନା, ସେକେଣ୍ଡ ଅଫିସର ଶିବାଜି ପଣ୍ଡା , ତିନି ଜଣ ହାବିଲଦାର ଏବଂ ହୋମ ଗାର୍ଡ ସାମିଲ ଥିଲେ | ଏହି ଯାନବାହାନ ଯାଞ୍ଚକୁ ଆହୁରି କଡାକଡି କରିବାପାଇଁ ଏ ଅଂଚଳର ବୁଦ୍ଧିଜିବି ମାନେ ଦାବି କରିଛନ୍ତି | ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More