ପୋଲିସ୍ କବଜାରେ ଜାତୀୟ ରାଜପଥ ଲୁଟେରା ଗ୍ୟାଙ୍ଗ୍

13

Get real time updates directly on you device, subscribe now.

କଟକ( ସଂଘର୍ଷ ମିଡିଆ ) : ପୋଲିସ୍ କବଜାରେ ଜାତୀୟ ରାଜପଥ ଲୁଟେରା ଗ୍ୟାଙ୍ଗ୍। ଗ୍ୟାଙ୍ଗରେ ସାମିଲ୍ ଥିବା ଦୁଇ ଜଣ ହାଡଖୋର୍ ଲୁଟେରାକୁ କଟକ ପୋଲିସ୍ ଗିରଫ କରିଛି। ବିଶେଷ କରି ଦୁଇ ଚକିଆ ଗାଡିରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରିଥାନ୍ତି ଏହି ଲୁଟେରା। ହେଲେ ଟାର୍ଗେଟ୍ ରେ ଥାନ୍ତି ମହିଳା। ମହିଳାମାନଙ୍କ ବେକରୁ,କାନରୁ ଏବଂ ହାରୁ ଚେନ୍, ଓ ମୁଦି ଛଡାଇ ଏମାନେ ଫେରାର୍ ହୋଇଯାଥାନ୍ତି। ଆଉ ସେ ସବୁ ସୁନାକୁ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି। ସେମାନଙ୍କ ଠାରୁ ଲୁଟ ଚୋରା ସୁନା ରୂପା ଜିନିଷ କିଣିଥିବା ବ୍ୟବସାୟୀକୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ କଟକ ଜିଲ୍ଲା ବାଙ୍କୀ ନରଗଙ୍ଗା ଗାଁର ମୁନା ଓରଫ ଆଶିଷ କୁମାର ଦାସ ଏବଂ ପାକ ଓରଫ ପ୍ରକାଶ ଚନ୍ଦ୍ର ଦଳେଇ। ଆଉ ଏମାନଙ୍କ ଠାରୁ ଚୋରା ସୁନାରୂପା ଜିନିଷ କଣିଥିବା ଅଭିଯୁକ୍ତ ବ୍ୟବସାୟୀ ଲାଲବାଗ ଥାନା ଅନ୍ତର୍ଗତ ମହମ୍ମଦିଆ ବଜାର ଅଞ୍ଚଳରେ ଭଡା ରହୁଥିବା ସଞ୍ଜୟ ସାସମଲ ଯାହର ପ୍ରକୃତ ଘର ପଶ୍ଚିମବଙ୍ଗ ପଶ୍ଚିମ ମେଦନାପୁର ଅଞ୍ଚଳରେ। ଏହି ଦୁଇ ଲୁଟେରାଙ୍କ ଠାରୁ ପୋଲିସ ୧୧ ଟି ସୁନା ଚେନ,ଦୁଇଟି ସୁନା ମୁଦି,ଦୁଇଟି ସୁନା କାନ ଫୁଲ, ୧୦୭ ଗ୍ରାମର ଚାନ୍ଦି ପାଉଁଞ୍ଜି,୪ଟି ମୋବାଇଲ ଫୋନ ଏବଂ ଦୁଇ ମୋଟର ସାଇକେଲକୁ ଜବତ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More