ପୋଲିସର ନିଷ୍କ୍ରିୟତାକୁ ନେଇ ବିନିକା – ସୋନପୁର ରାସ୍ତାରୋକ କଲେ ଅଞ୍ଚଳବାସୀ

13

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଗତମାସ ୨୨ ଅକ୍ଟୋବରରେ ବିନିକା ବ୍ଲକ ଅଧନସ୍ତ ଚରଦା ସ୍ଥିତ କପିଳେଶ୍ୱର ମନ୍ଦିରରୁ ତିନିଟି ଦାନବାକ୍ସ ବା ହୁଣ୍ଡିରୁ ଦାନ ପଇସା କୌଣସି ଦୁର୍ବୃତ୍ତ ଚୋରି କରି ନେଇଥିଲେ।ଏପରିକି ମନ୍ଦିରରେ ଠିବା ସି ସି ଟିଭି କେମରା ରେ ତାହାର ଫଟୋ ମଧ୍ୟ ଦେଖାଯାଇ ଥିଲା। ମାତ୍ର ପୁଲିସ ପ୍ରଶାସନ ଏବେ ସୁଦ୍ଧା ଚୋରକୁ ଧରିପାରି ନ ଥିଲା।ଚରଦା ଟ୍ରଷ୍ଟବୋଡ଼ କମିଟି ଏବଂ ଗ୍ରାମବାସୀ ଜିଲ୍ଲାପାଳଙ୍କ ଜନ ଶୁଣାଣି ଅଭିଯୋଗରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ପୁଲିସ ଡ଼ିଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେ ଏଯାବତ ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ପାରି ନଥିଲେ। ଏହାକୁ ଦୃଷ୍ଟିରେରେ ରଖି ଚରଦା ଟ୍ରଷ୍ଟ ବୋଡ଼ ସଦସ୍ୟ ଏବଂ ଗ୍ରାମବାସୀ ଆଜି ସୋନପୁର – ବିନିକା ରାସ୍ତାର ଉର୍ଳେ ଛକ ଠାରେ ରାସ୍ତା ରୋକ କରିଛନ୍ତି। ସ୍ଥାନୀୟ ତହସିଲଦାର ମୁକେଶ୍ୱର ପାଣିଗ୍ରାହୀ ଓ ଏସ ଡ଼ି ପି ଓ ପୁଷ୍ପାଞ୍ଜଳି ନିଗ୍ନି ଧାରଣ ରେ ବସିଥିବା ଲୋକଙ୍କୁ ବୁଝାଇ ବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ କଥାକୁ ନମାନି ଲୋକେ ଧାରଣରେ ବସିଥିଲେ। ବିନା କୌଣସି ଲିଖିତ ପ୍ରତିଶ୍ରୁତିରେ ଧାରଣ ଭାଙ୍ଗିବ ନାହିଁ ବୋଲି ଗ୍ରାମବାସୀ ନିଜ ଜିଦରେ ଅଟଳ ଅଛନ୍ତି। ତେବେ ଦେଖିବାକୁ ବାକି ରହିଲା ପୁଲିସ ପ୍ରଶାସନ ଆଗକୁ କଣ ପଦକ୍ଷେପ ନେଉଛନ୍ତି। କିଛି ସମୟର ଆଲୋଚନା ପରେ , ଆଇ ଆଇ ସି ପବିତ୍ର ସାହୁ ଏବଂ ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଲିଖିତ ଆକାରରେ ଆଗାମୀ ୨୫ ଦିନ ମଧ୍ୟରେ ଚୋର ଧରାଯିବା ବୋଲି ଆନ୍ଦୋଳନ କାରୀଙ୍କୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More