ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଭଣ୍ଡାରିଗୁଡା ଗ୍ରାମ ପଞ୍ଚାୟତ ର ପୋଡ଼ାଗଡ଼ ଐତିହାସିକ ପୀଠର ସୌନ୍ଦର୍ଯ୍ୟକରଣ କାମ ର ଶୁଭାରମ୍ଭ ନିମନ୍ତେ ଦେବାଦେବୀଙ୍କ ପାଖରେ କଲେ ପୂଜାର୍ଚ୍ଚନା lଟ୍ରଷ୍ଟର କର୍ମ କର୍ତ୍ତା ସଭାପତି ଉର୍ଦ୍ଧ୍ବବ ଚରଣ ନାୟକ, ସମ୍ପାଦକ ପୁରୁଷୋତ୍ତମ ଭତରା, ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା, ଅନ୍ୟ ଉପଦେଷ୍ଟା ମଣ୍ଡଳୀର କର୍ମକର୍ତ୍ତା ଜଳଧର ମାଝୀ, ବାସୁଦେବ ଗୌଡ଼, ଠିକାଦାର ବିଷ୍ଣୁ ପ୍ରସାଦ ନାୟକ, ପ୍ରଥମେ ଭୈରବ ମନ୍ଦିର, ପରେ କଳା ଭୈରବ ମନ୍ଦିର, ତତ୍ ପରେ ଗାଦୀମା ମନ୍ଦିରରେ ପୂଜାର୍ଚ୍ଚନା କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l କିଭଳି ସୁରୁଖୁରୁରେ ମା ଙ୍କ କାମ ହୋଇ ଯିବ ଓ ଯାତ୍ରୀମାନେ ସୁରୁଖୁରୁରେ ପାହାଡ ଚଢ଼ିପରିବେ, ପିଇବା ପାଣିର ବ୍ୟବସ୍ଥା, ବସିବାକୁ ଚୌକି ଓ ଭୋଜି ବାବଦରେ ଆସୁଥିବା ଯାତ୍ରୀଙ୍କ ପାଇଁ ପିଣ୍ଡିର ବ୍ୟବସ୍ଥା କରାଯିବା ସହ ଆଲୋକୀକରଣ କରାଯିବ l ରାତ୍ରି ସମୟରେ ମଧ୍ୟ ପୋଡାଗଡ ପାହାଡ଼ରେ ସହରର ଲୋକ ଆସି ବୁଲାବୁଲି କରି ପାରିବେ l I love podagad ବାର ଫୁଟ ଉଚ୍ଚତାର ଅକ୍ଷର ଲଗାହେବା ର କାର୍ଯ୍ୟକ୍ରମ ରହିଥିବା ବେଳେ ଯାତ୍ରୀ ମାନେ ଦୂରରୁ ବହୁତ୍ ସୁନ୍ଦର୍ ଭାବେ ଦେଖି ପାରିବେ l ରାଜ୍ୟ ସରକାର ଏଇ ଐତିହାସିକ ପୋଡ଼ାଗଡ଼ ପୀଠର ସୌନ୍ଦର୍ଯ୍ୟ- କରଣ ନିମନ୍ତେ ଦେଇଥିବା ସହାୟତା ରାଶି ଦୁଇ କୋଟି ନବେ ହଜାର ଟଙ୍କା ର କାର୍ଯ୍ୟ ଆସନ୍ତା କାଲି ଠାରୁ ଆରମ୍ଭ ହେବ ବୋଲି ପୋଡ଼ାଗଡ଼ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ବେହେରା ସୂଚନା ଦେଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l