ପୋଖରୀ ରେ ବୁଡି ନାବାଳକର ମୃତ୍ୟୁ

35

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଏକମ୍ବା ଗ୍ରାମ ନିକଟରେ ଥିବା ପୋଖରୀରେ ବୁଡି ନାବାଳକର ମୃତ୍ୟୁ ଘଟିଥିବା ଶନିବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଏକମ୍ବା ଗ୍ରାମର କମଲସିଂ ମାଝିଙ୍କ ପୁଅ ଦେବେନ୍ଦ୍ର ମାଝି (୯) ଶନିବାର ଅପରାହ୍ନ ୪ ଘ. ସମୟରେ ଗ୍ରାମ ପାଖରେ ଥିବା ପୋଖରୀ ପାଖକୁ ନିଜ ସାଙ୍ଗ ମାନଙ୍କ ସହ ଖେଳିବାକୁ ଯାଇଥିଲେ | କିଛି ସମୟ ପରେ ସବୁ ପିଲା ମାନେ ମିଶି ପୋଖରୀରେ ଗାଧୋଉଥିଲେ | ସେହି ସମୟରେ ଦେବେନ୍ଦ୍ରର ଗୋଡ ଖସି ଗଭୀର ପାଣି ଭିତରକୁ ଚାଲିଯାଇ ବୁଡି ଯାଇଥିଲେ | ବୁଡିଯିବା ଦେଖି ସାଙ୍ଗରେ ଥିବା ଅନ୍ୟ ପିଲା ମାନେ ଗ୍ରାମକୁ ଆସି ଖବର ଦେଇଥିଲେ | ପରେ ପରିବାର ଲୋକ ଓ ଗ୍ରାମର କିଛି ଲୋକ ପୋଖରୀ ପାଖରେ ପହଞ୍ଚି ପିଲାଟିର ମୃତ ଦେହ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପରେ ସନ୍ଧ୍ୟାରେ ମୃତକ ର ବାପା କମଲସିଂ ମାଝି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ରବିବାର ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ | ଏନେଇ ଥାନା କେସ ନଂ ୩୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More