ପୋଖରୀ ଭିତରୁ ୫୩୮କେଜିର ଦୁର୍ଲଭ ରକ୍ତଚନ୍ଦନ କାଠ ଜବତ

11

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଏବଂ ନାରାୟଣପୁରସ୍ଥ ମହେନ୍ଦ୍ରବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ 538 କେଜି ଓଜନର 27 ଗୋଟି ଦୁର୍ଲଭ ରକ୍ତଚନ୍ଦନ କାଠ ଗଣ୍ଡି ଜବତ କରାଯାଇଥିବାର ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ଗାରାବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ ଏବଂ ତାଙ୍କ ପୋଲିସ ଟିମ୍ ଏମ୍‌.ପାଇଲମ୍ ଗ୍ରାମ ଠାରେ ଥିବା ଏକ ପୋଖରୀ ଭିତରେ ଦୁର୍ଲଭ ରକ୍ତଚନ୍ଦନ କାଠ ପଡିଥିବାକୁ ନେଇ ଚଢାଉ କରିଥିଲେ । ଏହାପରେ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛାଙ୍କ ନେତୃତ୍ୱରେ ବନବିଭାଗର ଟିମ୍ ପହଞ୍ଚି ଉଭୟ ପୋଲିସ ଓ ବନବିଭାଗ କର୍ମଚାରୀମାନେ ପୋଖରୀ ପାଣି ମଧ୍ୟକୁ ଓହ୍ଲାଇ 27 ଗୋଟି ଦୁର୍ଲଭ ରକ୍ତଚନ୍ଦନ କାଠ ଗଣ୍ଡିକୁ ଉଦ୍ଧାର କରି ଜବତ କରିଥିଲେ । ଜବତ ରକ୍ତ ଚନ୍ଦନ କାଠ ଗଣ୍ଡିଗୁଡିକୁ ନାରାୟଣପୁର ସ୍ଥିତ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟକୁ ନିଆଯିବା ପରେ ଓଜନ କରାଯାଇଥିଲା । ହେଲେ ଏହି ଘଟଣାରେ କେହି ଦୁର୍ବୃତ୍ତ ଧରାପଡି ନଥିବା ବେଳେ ଏହି ଦୁର୍ଲଭ ରକ୍ତ ଚନ୍ଦନ କାଠ ଗୁଡିକୁ ଚାଲାଣ ନିମନ୍ତେ ଦୁର୍ବୃତ୍ତ ପୋଖରୀ ମଧ୍ୟରେ ଲୁଚାଇ ରଖିଥିବାର ଅନୁମାନ କରାଯାଉଛି । ଏନେଇ ୧/୨୩-୨୪ରେ ଏକ ମାମଲା ରୁଜୁ କରାଯାଇ ଅଧିକା ତଦନ୍ତ କରାଯିବ ବୋଲି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛା ସୂଚନା ପ୍ରଦାନ କରିଛନ୍ତି । ଏହି ମିଳିତ ଚଢରେ ଗାରାବନ୍ଧ ପୋଲିସ ପକ୍ଷରୁ ଏସ୍‌ଆଇ ନାରାୟଣ ଦାସ, ଏଏସ୍‌ଆଇ ଅଶୋକ କୁମାର ବେହେରା ପ୍ରମୁଖଙ୍କ ସହ ମହେନ୍ଦ୍ର ବନାଞ୍ଚଳର ଗାରାବନ୍ଧ ଫରେଷ୍ଟର କେ.କାମେଶ୍ବର ରାଓ ପ୍ରମୁଖଙ୍କ ସହ ବହୁ ବନକର୍ମଚାରୀମାନେ ଉପସ୍ଥିତଥିଲେ । ତେବେ ଜବତ ଦୁର୍ଲଭ ରକ୍ତ ଚନ୍ଦନ କାଠର ମୂଲ୍ୟ ସରକାରୀ ଭାବେ ଦର ଧାର୍ଯ୍ୟ କରାଯାଇନ ଥିବା ସୂଚନା ପ୍ରଦାନ କରାଯାଇ ଥିବା ବେଳେ ବେସରକାରୀ ଭାବେ ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More