ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସମ୍ବାଦ ହକର ସବୁଦିନ ପରି ଆଜି ଶୁକ୍ରବାର ସକାଳେ ଖବର କାଗଜ ଘର ଘର ବାଣ୍ଟିବା ପରେ ବିଦ୍ୟୁତ ବିଭାଗରେ ମିଟର ରିଡ଼ିଙ୍ଗ କରିବାକୁ ଯାଇଥିବା ସେହି ସମ୍ବାଦ ହକର ସନ୍ତୋଷ କୁମାର ଦାସ (୩୪) ପୋଖରୀରେ ବୁଡି ମୃତ୍ୟୁ ଘଟି ଥିବା ଖବର ଡାବୁଗାଁ ଅଞ୍ଚଳରେ ଏକ ଶୋକର ଛାୟା ଖେଳାଇ ଦେଇଛି ସୂଚନା ଅନୁଯାୟୀ ଡାବୁଗାଁ ସଦର ମହକୁମା ଜୟନ୍ତୀ ନଗର ରେ ରହୁଥିବା ସନ୍ତୋଷ କୁମାର ଦାସ ଗତ ପାଞ୍ଚ ବର୍ଷ ହେଲା ସମ୍ବାଦ ଖବରକାଗଜ ର ହକର ରୂପେ କାର୍ଯ୍ୟ କରି ଆସୁଥିଲେ l ହକର ସହ ସେ ବିଦ୍ୟୁତ୍ ମିଟର ରିଡର ଭାବେ ଗତ ଦୁଇ ବର୍ଷ ହେଲା କାର୍ଯ୍ୟ କରୁଥିଲେ l ପ୍ରତିଦିନ ପରି ଆଜି ସନ୍ତୋଷ ସମ୍ବାଦ ସକାଳେ ପ୍ରତ୍ୟେକ ଗ୍ରାହକ ଙ୍କ ଘରେ ପହଞ୍ଚାଇବା ପରେ ମିଟର ରିଡ଼ିଙ୍ଗ ନେବାକୁ ଡାବୁଗାଁ ଥାନା ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ଚାରଗାଁରେ ବିଦ୍ୟୁତ୍ ଗ୍ରାହକଙ୍କ ମିଟର ରିଡ଼ିଙ୍ଗ ନେବା ପାଇଁ ଯାଇଥିଲେ l ଅପରାହ୍ନ ପ୍ରାୟ ଚାରି ଘଣ୍ଟା ତିରିଶ ମିନିଟ୍ ସମୟରେ ଶୌଚପାଇଁ ଚାରଗାଁ ର ଶେଷମୁଣ୍ଡରେ ଥିବା ନୂତନପୋଖରୀକୁ ସନ୍ତୋଷ ଯାଇଥିଲେ । ସେଠାରେ ନିଜର ବାଇକ୍ ଟିକୁ ପୋଖରୀ ନିକଟରେ ରଖି ଶୌଚ ପାଇଁ ପୋଖରୀ ଭିତରେ ଯାଇଥିଲେ l ତେବେ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ସେ ପୋଖରୀ ଭିତରେ ପଡି ଯାଇ ମୃତ୍ୟୁ ବରଣ କରି ଥିଲେ l ସନ୍ଧ୍ୟା ସମୟ ରେ ଚାରଗାଁ ର କିଛି ଲୋକ ପୋଖରୀ ନିକଟରେ ମୃତ ସନ୍ତୋଷ ଦାସ ଙ୍କ କପଡା ପଡି ଥିବା ଦେଖି ସନ୍ଦେହ ହେବାରୁ ଡାବୁଗାଁ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଖବର ଦେଇଥିଲେ l ଅଗ୍ନିଶମ ସେବା କର୍ମଚାରୀ ରାତ୍ର ସାତ ଘଣ୍ଟାରେ ପୋଖରୀ ମଧ୍ୟରୁ ସନ୍ତୋଷ ଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ଖବର ପାଇ ଡାବୁଗାଁ ପୁଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିଥିଲେ l ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ l ସୂଚନା ଥାଉକି ସମ୍ବାଦ ହକର ଭାବେ କାର୍ଯ୍ୟ କରୁ ଥିବା ସନ୍ତୋଷ ଦାସ କେଭିତି ମହାମାରୀ ସମୟରେ ପ୍ରତ୍ୟେକ ସମ୍ବାଦ ଗ୍ରାହକ ଙ୍କ ଘରେ ଖବର କାଗଜ ବିତରଣ କରି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l ଗରିବ ପରିବାର ରେ ଜନ୍ମ ଗ୍ରହଣ କରି ପରିଶ୍ରମ କରି ବଞ୍ଚୁ ଥିବା ସନ୍ତୋଷ ଙ୍କ ପରିବାର କୁ ସରକାରୀ ସହାୟତା ରାଶି ପ୍ରଦାନ ନିମନ୍ତେ ବୁଦ୍ଧିଜିବୀ, ଗଣମାଧ୍ୟମ ଓ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l