ପୋଖରୀରେ ଗାଧେଇବା ବେଳେ ଜଣେ ବୁଡିଯିବା ବେଳେ ଅନ୍ୟ ଜଣେ ଉଦ୍ଧାର କରିବାକୁ ଯାଇ ଦୁଇ ସାଙ୍ଗ ମୃତ୍ୟୁ

11

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ଭଦ୍ରକ ଜିଲ୍ଲା ଧାମନଗର NAC ଅନ୍ତର୍ଗତ ଶ୍ୟାମପୁର ଗ୍ରାମ ନିକଟରେ ଥିବା ଏକ ପୋଖରୀକୁ ଗତକାଲି ଅପରାହ୍ନରେ କମଳ ଓ ମୁକେଶ ନାମକ ଦଶମ ଶ୍ରେଣୀରେ ପାଠ ପଢୁଥିବା ତିନି ଜଣ ସାଙ୍ଗ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କମଲ ପ୍ରଥମେ ପୋଖରୀ ଭିତରରେ ଗାଧୋଉ ଥିବା ବେଳେ ଗଭିର ପାଣିରେ ବୁଡ଼ିଯିବାକୁ ଲାଗିଥିଲେ। ଏହା ଦେଖି ମୁକେଶ ତାଙ୍କୁ ଉଦ୍ଧାର କରିବା ପାଇଁ ପୋଖରୀକୁ ଡେଇଁ ପଡ଼ିଥିଲେ କିନ୍ତୁ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ତୃତୀୟ ସାଙ୍ଗ ଭୟଭୀତ ହୋଇ ଗାଁକୁ ଧାଇଁ ଯାଇଥିଲେ। ଗ୍ରାମବାସୀମାନେ କମଳ ଓ ମୁକେଶଙ୍କୁ ପୋଖରୀରୁ ବାହାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତରଖାନାର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More