ପୋଖରୀରରେ ଗାଧଉଥିବା ବେଳେ ପାଣିରେ ବୁଡି ବାଳକର ମୃତ୍ୟୁ

35

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ): ପୋଖରୀରେ ଗାଧଉଥିବା ବେଳେ ପାଣିରେ ବୁଡ଼ି ବାଳକର ମୃତ୍ୟୁ । ଏଭଳି ଘଟଣା ଘଟିଛି ବାସୁଦେବପୁର ପୌରପାଳିକା :୧୯ନମ୍ବର ୱାର୍ଡ ବାଷଠି ଗାଁରେ । ମୃତକ ସେହି ଗାଁର ଗୋବିନ୍ଦ ଷେଣ୍ଢଙ୍କ ୧୮ ବର୍ଷର ପୁଅ ସୁମନ । ଆଜି ତାଙ୍କ ସମ୍ପର୍କୀୟ ଜେଜେ ମାଙ୍କ ସୁଧି କ୍ରିୟା ଚାଲିଥିବାବେଳେ ସୁମନ ଲଣ୍ଡା ହୋଇ ନିକଟସ୍ଥ ପୋଖରୀକୁ ଗାଧେଇ ବାକୁ ଯାଇଥିଲା । ଗାଧଉଥିବା ବେଳେ ଅସାବଧାନତା ବସତ ପୋଖରୀ ଭିତରକୁ ପଳାଇ ଯାଇଥିଲା । ପହଁରା ଜାଣିନଥିବାରୁ ପାଣିରେ ବୁଡି ଯାଇଥିଲା । ସ୍ଥାନୀୟ ଲୋକ ତାକୁ ଉଧାର କରି ବାସୁଦେବପୁର ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More