ପେଷା ମୋ ପୋଷେ କୁଟୁମ୍ବ

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ଆଉ ଶୁଣିବାକୁ ମିଳୁନି ଘୁଡୁକି ।ଗୀତର ତାଳେ ତାଳେ ସାଙ୍ଗକୁ ଘୁଡୁ ଘୁଡୁର ସ୍ୱର ସାଙ୍ଗକୁ ଧାଇଁ ଆସନ୍ତି ଘରୁ ଶୁଣିବାକୁ । ଘୁଡୁକି ବଜାଇବା ସହ ନାଚ କରି ପ୍ରତି ଗାଁ ଗାଁ ବୁଲି ଭିକ୍ଷାବୁର୍ତି କୁ ଆପଣାଇ ଛନ୍ତି ଏହି ପରିବାର । ଯାହା ମିଳିଲା ସେଥିରେ ପରିବାର ପୋଷଣ କରୁଛନ୍ତି । ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର ପଂଚାୟତ ରେ ଦୀର୍ଘ 30 ବର୍ଷରୁ ଉର୍ଦ୍ଧ ଏହି ପରିବାର ତାଳଚେର ରେ ଘରଦ୍ୱାର ଯିବା ପରେ ଆସି ଏହିଠାରେ ବସବାସ କରିଥିଲେ।ନରସିଂହପୁର ବ୍ଲକ ପ୍ରଶାସନ ତରଫରୁ ଏହି ପରିବାରଙ୍କୁ କେବଳ ରାସନ କାର୍ଡ ଓ ଅଧରକାର୍ଡ ଯୋଗାଇ ଦେଇଥିଲେ ।ମାତ୍ର ଏମାନେ ଘର ଖଣ୍ଡିଏ ଏପର୍ଯ୍ୟନ୍ତ ପାଇ ପାରିଲେ ନାହିଁ। ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପୂର୍ବ ପୁରୁଷ ଅମଳରୁ ଘୁଡୁକି ବଜାଇଥାନ୍ତି ।ଏମାନେ ସାଧାରଣତଃ ନରସିଂହପୁର ବ୍ଲକରେ ପ୍ରତିଦିନ ଗୁଦୁକିବଯାଇ ମୁହଁ ରେ।ପାଉଡର ବୋଳି ବେସବୁସା ରେ ସଜାଇ ହୋଇ ବାହାରକୁ ବହାରିଥାନ୍ତି।ଏମାନଙ୍କ ର ପିଲାପିଲି ଯେଇଁ ବୟସରେ ପାଠ ପଢିବା ହାତରେ ଖଡ଼ି ସିଲଟ ଧରିବା କଥା ସେମାନେ ମୁହଁ ରେ ପାଉଡର ବୋଲି ବାପା ଓ ମା ଙ୍କ ସହ ଯାଇ ନାଚ କରି ରୋଜଗାର କରି ବାପାଙ୍କ କାମରେ ସାହାଯ୍ୟ କରିଥାନ୍ତି। ରାଜ୍ୟସରକାର ଗରିବ ଜନସାଧାରଣଙ୍କ ପାଇଁ ଯୋଜନାପରେ ଯୋଜନା ମାନ କରି ବାହା ବାହା ନେଉଥିବା ବେଳେ ଏ ଆଦିବାସୀ ଘୁଡୁକି ପରିବାରଙ୍କୁ କେବେ ମିଳୁଛି ସରକାରୀ ସହାୟତା ଦେଖିବାକୁ ବାକି ରହିଲା ।ତେବେ ଏ ବିଷୟରେ ନରସିଂହପୁର ବିଡ଼ିଓ ଛୁଟିରେ ଥିବାର ଜଣା ପଡ଼ିଛି । ଫୋନ ଯୋଗେ ଏ ବିଷୟରେ ଯୋଗାଯୋଗ କରିବା ପରେ ବିଡିଓ ନୀଳ ମାଧବ ସୁନା ସଂଘର୍ଷ ନିୟୁଜ ସୂଚନା ଦେଇଛନ୍ତି ଯେ ଏହାର ତଦନ୍ତ କରାଯାଇ କିପରି ସେମାନେ ସରକାରୀ ସହାୟତା ପାଇବାସହ ସେମାନଙ୍କୁ ଆବାସ ଯୋଜନାରେ ସମିଲି କରାଯିବ ବୋଲି ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More