ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇଥିଲେ କିନ୍ତୁ ଶବ ହୋଇ ଫେରିଲେ

34

Get real time updates directly on you device, subscribe now.

ମାଲକାନାଗିରି ( ସଂଘର୍ଷ ମିଡିଆ ) : ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇଥିଲେ କିନ୍ତୁ ଫେଣିଲେ ଶବ ହୋଇ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର ପଦରାଗୁଡା ଗ୍ରାମରେ ବାସୁ କୁରାମି ନାମକ ଜଣେ ଯୁବକ ତେଲେଙ୍ଗାନା ର ସିତପେଟା ଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ । ତେବେ ସେଠାରେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ବନ୍ଧୁ ଏବଂ ସହଯୋଗୀ ମାନେ ମେଡିକାଲ ନେଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଛନ୍ତି । ଏହାପରେ ବାସୁଙ୍କ ମୃତ ଶରୀର କୁ ଆଜି ତାଙ୍କ ଗ୍ରାମକୁ ନିଆଯାଇଛି ଏବଂ ସେଠାରେ ତାଙ୍କ ଶେଷ କୃତ୍ୟ କରାଯାଇଛି । ବର୍ତ୍ତମାନ ତାଙ୍କ ପରିବାର ବର୍ଗ ଶୋକରେ ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା କୁ ଅନାଇ ବସିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More