ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ବୋମା ମାଡ଼

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତ୍ରୀରେ ସାଲେପୁର ଥାନା ପିକୋଳା ପଞ୍ଚାୟତ ବୋଦାମୁଣ୍ଡେଇ ଗ୍ରାମର ପ୍ରଫୁଲ୍ଲ ନାୟକଙ୍କ ଘରେ ବୋମା ମାଡ ହୋଇଛି l ସୂଚନା ମୁତାବକ ପ୍ରଫୁଲ୍ଲ ନାୟକ ପୁତ୍ର ପତିତପାବନ ନାୟକ ନିକଟସ୍ତ ବୋଦାମୁଣ୍ଡେଇ ବଜାରରେ ଏକ ପାନଦୋକାନ କରି ନିଜର ପରିବାର ର ଗୁଜୁରାଣ ମେଣ୍ଟାନ୍ତି l କୁମାର ପୁର୍ଣିମା ଦିନ ବଜାରରେ ଭସାଣି ହେଉଥିବା ସମୟରେ କିଛି ଲୋକ ସହିତ ପତିତପାବନ ଙ୍କ ଗଣ୍ଡଗୋଳ ହୋଇଥିଲା l ପ୍ରାୟ 10-15 ଜଣ ଲୋକ ଆସି ତାଙ୍କ ଘରେ ତାଙ୍କୁ ଜୀବନ ରୁ ମାରିଦେବାକୁ ଧମକ ଦେଇଥିଲେ l ଏଇ ବାବଦରେ ସାଲେପୁର ଥାନାରେ ଅଭିଯୋଗ ମଧ୍ୟ୍ୟ କରିଥିଲେ ଏବଂ ବଜାର କମିଟି ଦ୍ୱରା ଏହାର ସମାଧାନ ମଧ୍ୟ୍ୟ ହୋଇଥିଲା l ଏହି ଘଟଣା କୁ କେନ୍ଦ୍ର କରି ଆକ୍ରୋଶ ମୂଳକ ଭାବେ ବୋମା ମାଡ କରିଥିବା ସନ୍ଦେହ କରାଯଉଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More