ଭଦ୍ରକ(ସଂଘର୍ଷ ମିଡିଆ ) : ଦିନକୁ ଦିନ ହିଂସ୍ର ହେବାରେ ଲାଗିଛି ମଣିଷ ସମାଜ। ସାମାନ୍ୟ କଥା କଥାକେ ବୁଲୁଛି ଏଠି ଖଣ୍ଡା ଭୁଜାଲି। ଭୂଳିଯାଉଛି ସବୁ କିଛି ସମ୍ପର୍କ ଏବଂ ପରିଶୋଧ ପରାୟଣ ହୋଇ କରି ବସୁଛି ଗୋଟିଏ ପରେ ଗୋଟେ ଭୁଲ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାଜପୁର ତିହିଡି ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ ନେଇ ଭୁଜାଲିରେ ଆକ୍ରମଣ କଲେ ୪ ଭାଇ। ଗତକାଲି ଘର ପାଖରେ ବସିଥିବା ସମୟରେ ସେହି ଗ୍ରାମର ଅକ୍ଷୟ ଜେନାଙ୍କୁ ଅତର୍କିତ ଭାବେ ନିରଞ୍ଜନ୍ ଜେନା,ମୁକୁନ୍ଦ ଜେନା,ମୁରଲୀ ଜେନା, ଦୈତାରି ଜେନା ମିଶି ଅତି ମରଣାତ୍ମକ ଭାବେ ଭୁଜାଲି ଏବଂ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିଛନ୍ତି ଅକ୍ଷୟଙ୍କ ମା ବାସନ୍ତିଲତା ଜେନା। ଗୁରୁତର ଭାବେ ଅଜୟକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସାଧୀନ ଥିବାବେଳେ ଏନେଇ ଗ୍ରାମାଂଚଳ ଥାନାରେ ଅଭିଯୋଗ ପରେ ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ କୌଣସି କାର୍ଯୟାନୁଷ୍ଠାନ ନେଇ ନଥିବାରୁ ତୁରନ୍ତ ଏହାର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଭିଯୋଗକାରୀ।