ପୂର୍ବ ଶତୃତାକୁ ନେଇ ଗଣ୍ଡଗୋଳ, ଜପକୁଦ ଫାଣ୍ଡିରେ ଅଭିଯୋଗ

13

Get real time updates directly on you device, subscribe now.

ସାଲେପୁର (ସଂଘର୍ଷ ମିଡିଆ) : :କଟକଜିଲ୍ଲା ସାଲେପୁର ଥାନା ଜପକୁଦ ଫାଣ୍ଡି ଅଞ୍ଚଳ ଏଲମାପୁର ଗ୍ରାମର କୃଷ୍ଣଚନ୍ଦ୍ର ଷଡ଼ଙ୍ଗୀଙ୍କୁ ରାମକୃଷ୍ଣପୁର ଗ୍ରାମର ପ୍ରମୋଦ କୁମାର ବେହେରା ଓରଫ ଗଣଶା ଓ ଅକ୍ଷୟ କୁମାର ବେହେରା ଓରଫ କାର୍ତ୍ତିକା ଗତକାଲି ସକାଳେ ଠେଙ୍ଗା ଓ ଲୁହା ରଡ୍ ସାହାଯ୍ୟରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ କରିଥିଲେ। ସେହିପରି ପ୍ରମୋଦ ଓ ଅକ୍ଷୟ ରାମକୃଷ୍ଣପୁର ଗ୍ରାମର ଅନନ୍ତ କୁମାର ଦାସ ଙ୍କ ଘରେ ପଶି ମଧ୍ୟ ମାରପିଟ କରିଥିଲେ।ଅନନ୍ତ ଙ୍କ ସ୍ତ୍ରୀ ଜାନକୀ ବିରୋଧ କରିବାରୁ ଜାନକୀ ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ନେଇ ଦୁଇଟି ପୃଥକ ପୃଥକ ଏତଲା ଜପକୁଦ ଫାଣ୍ଡିରେ ପ୍ରମୋଦ ଓ ଅକ୍ଷୟଙ୍କ ନାମରେ ଜପକୁଦ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଏଲମାପୁର ଓ ରାମକୃଷ୍ଣପୁର ଗ୍ରାମର ଲୋକମାନେ ଫାଣ୍ଡି ସମ୍ମୁଖ ଗତକାଲି ବିଳମ୍ବିତରାତି ପର୍ଯ୍ୟନ୍ତ ବସିଥିବା ବେଳେ ଫାଣ୍ଡି ଅଧିକାରୀ ଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More