ପୂର୍ବ ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ ଶିକାର ହେଲେ ଦଳିତ ପରିବାର

13

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମ ପଂଚାୟତର ଅଶୋକ ମଲିଙ୍କ ପରିବାରକୁ ପୂର୍ବ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗ୍ରାମର ରାମ ମଳିକ ଓ ଶ୍ୟାମ ମଳିକ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ଆସିଛି । ସୂଚନା ମୁତାବକ ବାର ଗ୍ରାମ ପଞ୍ଚାୟତ ବାସି ଅଶୋକ ମଲିକ 2020 ମସିହାରେ ସରକାରୀ ଯୋଜନାରେ ଏକ ବାସଗୃହ ପାଇ ନିଜ ପୈତୃକ ଜାଗାରେ ଘର କରିଥିଲେ । ଅଶୋକ ମଲିକଙ୍କ କହିବା କଥା 2015 ମସିହାରେ ରାମ ମଲିକ ଓ ଶ୍ୟାମ ମଲିକଙ୍କ ପିତାଙ୍କ ପକ୍ଷରୁ ଜମିବାଡ଼ି ପାଇଁ ଏକ କେସ ହୋଇଥିଲା ଯେଉଁଥିରେ ରାମ ମଲିକ ଓ ଶ୍ୟାମ ମଲିକ ପିତା କେସ ହାରିଥିଲେ । ଯାହାକୁ କେନ୍ଦ୍ର କରି ରାମ ମଳିକ ଓ ଶ୍ୟାମ ମଳିକ ଆକ୍ରୋଶ ମୂଳକ ଭାବରେ ମୋର ଘର ଭାଙ୍ଗିବାକୁ ଧମକ ଦେବା ସହ ମାଡ ମାରିଛନ୍ତି । ଏହା ମଧ୍ୟରେ ମୋର ପୁଅକୁ ତିନିଦିନ କାଳ ଏକ ଘରେ ତାଲା ମାରି ରଖିଥିବା ବେଳେ ମୋ ଉପରକୁ ଅତର୍କିତ ମରଣାନ୍ତକ ଆକ୍ରମଣ କରିଛନ୍ତି । ସେମାନେ ଦାଦାଗିରି କରି ମୋର ଘର ସରକାରୀ ଜାଗାରେ ଅଛି କହି ଆକ୍ରମଣ କରିବା ସହ ଗାଁରୁ ତଡି ଦେବା ପାଇଁ ଧମକ ମଧ୍ୟ ଦେଇଛନ୍ତି. ଏସମ୍ପର୍କରେ ମୁଁ ନିକିରାଇ ଥାନାରେ ଅଭିଯୋଗ କରିଥିଲା ବେଳେ ପୋଲିସ ପକ୍ଷରୁ ବର୍ତ୍ତମନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ମୋର 90 ବର୍ଷର ବୃଦ୍ଧା ମା ଚିନ୍ତାରେ ବ୍ରେନ ଷ୍ଟୋକ ହୋଇଥିବା ବେଳେ ଆମ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛୁ । ଆମର କହିବାର ଆମେ ଏତେ ଅସୁବିଧାରେ ଥିବା ବେଳେ ପୋଲିସ କାହିଁକି ଆମ କଥା ଶୁଣୁନାହିଁ । ତେଣୁ ଆମେ ଶେଷରେ ଆସିଛୁ ଜିଲ୍ଲାପାଳଙ୍କ ନିକଟକୁ ଯଦି ଜିଲ୍ଲପାଳ ଆମ ସୁରକ୍ଷା ଦେବା ସହ ଆମ କୁ ନ୍ୟାୟ ନଦିୟନ୍ତି ତେବେ ଆମେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସହପରିବାର ଜୀବନ ହାରିବୁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More