ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ପାଳିତ

16

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ ) : ପୂର୍ବତନ ମୁଖ୍ୟମନ୍ତ୍ରୀ ଆସାମର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ହୋଟେଲ ବିଶାଲ୍ ଇନରେ ପିସିସି ମୁଖପାତ୍ର ତଥା ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟସଭାପତି ଜିନେଶ ଦାସଙ୍କ ଆବାହକତରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜାନକୀ ବଲ୍ଲଭଙ୍କ ବହୁମୂଖୀ ପ୍ରତିଭା ଉପରେ ବକ୍ତାମାନେ ଆଲୋଚନା କରିଥିଲେ। ତାଙ୍କ ଚିନ୍ତାଧାରା ଓ ଆଦର୍ଶକୁ ଆଜିର ଯୁବସମାଜ ଜୀବନର ବ୍ରତ ରୂପେ ଗ୍ରହଣ କରି ଆଗକୁ ଯିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ସଭାରେ ବିଜେପି ନେତା ଶ୍ରୀତମ ଦାସ, ଯୁବନେତା ସଂଗ୍ରାମ କେଶରୀ ପାତ୍ର,ନନ୍ଦଲାଲ ସିଂ,ବୁଲୁ ପତି, ସୁକାନ୍ତ ସାହାଣୀ,ବିକି ଚର୍କବତୀ,କିରଣ ବାଳା ମହାନ୍ତି, ଜିତେନ୍ଦ୍ର ସାହୁ,ସୃତିରଞ୍ଜନ ରାଉତ, ଦିଲ୍ଲିପ ଭୂଇଆ,ରାଜୀବ ମହାନ୍ତି, ଶୁଭାଶିଷ ପଟ୍ଟନାୟକ ଓ ଅମୁଲ୍ୟ ଦାସ ପ୍ରମୁଖ ଯୋଗଦେଇ ସ୍କୃତିଚାରଣ କରିଥିଲେ। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More