ପୂର୍ବତନ ମନ୍ତ୍ରୀ ସେକ ମତୁଲୁବ ଅଲିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

11

Get real time updates directly on you device, subscribe now.

ମାହାଙ୍ଗା ( ସଂଘର୍ଷ ମିଡିଆ ) : ମାହାଙ୍ଗା ବିକାଶର କର୍ଣ୍ଣଧାର ବିଶିଷ୍ଟ ଜନନାୟକ ପ୍ରଖ୍ୟାତ ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ସେକ ମତୁଲୁବ ଅଲିଙ୍କ ଆଜି ଭୁବନେଶ୍ୱର କୀମସ କୋଭିଡ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ସେ ମାହାଙ୍ଗାରୁ କଂଗ୍ରେସ ଦଳ ଟିକେଟରେ ଚାରିଥର ବିଧାୟକ ହୋଇ ମନ୍ତ୍ରୀ ମଣ୍ଡଳରେ ଗୁରୁତ୍ୱପୂର୍ଣ ବିଭାଗ ରେ ରହିଥିଲେ। ତାଙ୍କ ମର ଶରୀରକୁ ଆଜି ଅପରାହ୍ନରେ ଭୁବନେଶ୍ୱରରୁ ଏକ ନିରାଡ଼ମ୍ବର ଶୋଭାଯାତ୍ରାରେ ତାଙ୍କ ଜନ୍ମ ମାଟି ମାହାଙ୍ଗା ରାମକାପୁର ବାସଭବନକୁ ଅଣାଯାଇଥିଲା । ପ୍ରଥମେ ଖନ୍ଦୋଳ ସ୍ଥିତ କଂଗ୍ରେସ ଭବନରେ ତାଙ୍କ ଆନୁଗତ୍ୟ ଓ ଜନସାଧାରଣ ମାନେ ତାଙ୍କ ମରଶରୀର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ନିଜ ଗ୍ରାମକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁତ୍ର ମାସୁଦ ଅଲି ନିକଟରେ ରହି ସଂସ୍କାର କରିଥିଲେ। ଯେତେ ବେଳେ ମାହାଙ୍ଗା ବିକାଶ ଧାରାରେ ଅଧୋଗତି ଘଟିଥିଲା ସେତେବେଳେ ସେ ମାହାଙ୍ଗା ରାଜନୀତିର ମଙ୍ଗ ଧରି ରାଜ୍ୟ କ୍ୟାବିନେଟରେ ଚାରିଥର ମନ୍ତ୍ରୀ ହୋଇ ମାହାଙ୍ଗାକୁ ବିକାଶ କ୍ଷେତ୍ରରେ ଆଗକୁ ନେଇଥିଲେ । ତାଙ୍କ ବିୟୋଗରେ ମାହାଙ୍ଗାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି, ତାଙ୍କ ବିୟୋଗରେ ମାହାଙ୍ଗା ବିଧାୟକ ତଥା ପଂଚାୟତରାଜ ଆଇନି ପାନୀୟଜଳ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବାଚସ୍ପତି ଶରତ କର,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା, ମାହାଙ୍ଗା ବ୍ଲକ ଅଧକ୍ଷ ଶରତ ନାୟକ, ପ୍ରାକ୍ତନ ବ୍ଲକ ଅଧକ୍ଷ ଭିକାରି ସ୍ୱାଇଁ, ରାଜକିଶୋର ଜେନା, ଶିକ୍ଷାବିତ ରବୀନ୍ଦ୍ର ସାହୁ, ମାହାଙ୍ଗା ପ୍ରେସ କ୍ଲବ ସଭାପତି ଦୀପକ ସାହୁ, କାର୍ଯ୍ୟକାରୀ ସଭାପତି ଲଷ୍ମୀଧର ଖୁଣ୍ଟିଆ, ବରିଷ୍ଠ ସାମ୍ବାଦିକ ସୀତାନାଥ ସିଂହ, ସାମ୍ବାଦିକ ଅଶୋକ ଦାସ, ଅମୀୟ ନାୟକ ରମେଶ ସାହୁ, ତାପସ ବିଶ୍ୱାଳ, ବିକ୍ରମ କୁମାର ନାୟକ ସମେତ ମାହାଙ୍ଗା ପ୍ରେସ କ୍ଲବର ସମସ୍ତ ସାମ୍ବାଦିକ କର୍ମକର୍ତ୍ତା ସ୍ଵର୍ଗତ ଅଲିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More