ବ୍ରଜରାଜନଗର ( ସଂଘର୍ଷ ମିଡିଆ ) : ମହାମାରୀ କାରୋନା ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ବର୍ତମାନ ପରିସ୍ଥିତିରେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟ ପଟେ ଅନେକ ରାଜନେତା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି। ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା କରୋନା ଆକ୍ରାନ୍ତ ହୋଇଥିବା ଖବର ନିଜେ ସୋସିଆଲ ମିଡ଼ିଆ ଜରିଆରେ ପୋଷ୍ଟ କରିଛନ୍ତି। ସେହି ପରି ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ନେଗେଟିଭ ରିପୋର୍ଟ ଆସିବା ପର୍ଯ୍ୟନ୍ତ ପୃଥକବାସରେ ରହିବାକୁ ଶ୍ରୀମତୀ ପଣ୍ଡା ଅନୁରୋଧ କରିଛନ୍ତି।