ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ପୂର୍ବତନ ବିଇଓ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ନାମରେ ଆଣିଲେ ସଙ୍ଗୀନ ଅଭିଯୋଗ

23

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ପୂର୍ବତନ ବିଇଓ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ନାମରେ ଆଣିଲେ ସଙ୍ଗୀନ ଅଭିଯୋଗ । ପ୍ରାପ୍ତ ଖବର ଅନୁଯାୟୀ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ପୂର୍ବତନ ବି ଇ ଓ ପ୍ରକାଶ ଚନ୍ଦ୍ର ମହାଳିକ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଉଲ୍ଲେଖଯୋଗ୍ୟ ସେ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ସେ ରାଇରଙ୍ଗପୁରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେବା ସହିତ ଜାମଦା,ତିରଂ,ବହଳଦାର ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦରେ ଅତିରିକ୍ତ ଦାୟିତ୍ବରେ ଦୀର୍ଘଦିନ ରହିଥିଲେ । ମାତ୍ର ବଡ ଦୁଃଖର କଥା ସେ ଅନ୍ୟତ୍ର ବଦଳି ହେବା ପରେ ସରକାରୀ ବାସଭବନରୁ ବେସିନ୍,ପାଣି ପାଇପ୍,ସୁଇଜ୍ ବୋର୍ଡ,ପାଣି ଟାଙ୍କି,ଝରକାରେ ଲାଗିଥିବା ଲୁହା ଆଦି କାଟି ନେଇଯାଇଛନ୍ତି । ଏହା ଅତ୍ୟନ୍ତ ପରିତାପ ର କଥା ସରକାରୀ ଅଫିସର ହୋଇ ସରକାରୀ ସମ୍ପତ୍ତିକୁ ଲୁଟ କରିଛନ୍ତି । ସେ ପୁଣି ଦୀର୍ଘ ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀରେ ରହି ରାଇରଂଗପୁର ରେ ଶିକ୍ଷକମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ଶିକ୍ଷକମାନଙ୍କର ବଦଳି ଓ ପେନସନ ବାବଦରେ ସେ ପଚାଶ ହଜାର ରୁ ଅଧିକ ଟଙ୍କା ଆଦାୟ କରିଥିବାର ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ଏକଥା ଶିକ୍ଷକମାନେ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ସରକାର ବିଦ୍ୟାଳୟ ଗୁଡିକୁ 5T ସ୍ମାର୍ଟ ବିଦ୍ୟାଳୟ କରୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ଏଭଳି ବିରାଟ ଘୋଟାଲା ସାମନାକୁ ଆସିଛି । ଶ୍ରୀ ମହାଳିକଙ୍କ ବେଆଇନ କାର୍ଯ୍ୟରେ ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାକିରୀ ପାଇଥିବା ସ୍ମୃତିରଂଜନ ପାଣି ପୂର୍ବରୁ ଯିଏ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଥିଲେ, ସେ ତାଙ୍କୁ ସହଯୋଗ କରୁଥିଲେ । ଶ୍ରୀ ପାଣି ନିଜକୁ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ସଭାସମିତି ଯୋଗ ଦେଇଛନ୍ତି । ସେ ଅନୁସୂଚିତ ଜାତି ଦ୍ବାରା ଚାକିରୀ ପାଇଥିବା ବେଳେ ନିଜକୁ ବ୍ରାହ୍ମଣ ପରିଚୟ ଦେଇଛନ୍ତି । କେବଳ ଏତିିକି ନୁହେଁ ,ସେ ଅଗ୍ରଣୀ ଖବରକାଗଜ (ସକାଳ )ର ପ୍ରତିନିଧି ଓ ଜିଲ୍ଲା ରେଡକ୍ରସ ଅଧିକାରୀ ପରିଚୟ ଦେଇ ITDA ର ରାଇରଂଗପୁର ବସଷ୍ଟାଣ୍ଡ ନିକଟରେ ଥିବା କ୍ବାଟରରେ ରହିବାର ସୁବିଧା ପାଇଥିଲେ । ତାଙ୍କର ନାମ ବାମନଘାଟୀ ରିପୋଟରର୍ସ ଓ ବାମନଘାଟୀ ପୋଲିସ ପ୍ରେସ୍ ରେ ଯୋଡାଯାଇଛି । ପୁଣି ମେ 29ରେ କୁଡୁମୀ ସେନାର କାର୍ଯ୍ୟକ୍ରମରେ ତାଙ୍କୁ ସାମ୍ବାଦିକ ଭାବେ ସମ୍ବନ୍ଧିତ କରାଯାଇଛି । ସେ ବିଭିନ୍ନ ନେତା ମନ୍ତ୍ରୀଙ୍କ ସହିତ ତାଙ୍କର ଫଟୋ ଉଠାଇ ପ୍ରଭାବଶାଳୀ ଶିକ୍ଷକ ବୋଲି ମନେକରିଛନ୍ତି । ବିଭନ୍ନ ବିଦ୍ୟାଳୟର ସୁରଭି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥାଏ । ପ୍ରକୃତରେ ସେ ଯଦି ଶିକ୍ଷକ ତେବେ ଛାତ୍ରଛାତ୍ରୀମାନଙ୍କର ଖାତା ଦେଖିଲେ ଜାଣି ହେବ । ଜଣେ କନିଷ୍ଠ ଶିକ୍ଷକ ଙ୍କ ଏହିଭଳି ଆଚରଣ ପାଇଁ ଉଚ୍ଚ ଅଧିକାରୀ ଙ୍କ ଆଶ୍ରୀିବାଦ ନିହାତି ରହିଥିବ । ଏହାକୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ବୃଦ୍ଧିଜୀବୀ ସୂଚନା ଦେଇଥିଲେ, ତା ସହିତ ଅଧିକାରୀମାନଙ୍କୁ ଯାଂଚ କରାଯାଉ । ଶ୍ରୀ ମହାଳିକ ପୁଣି ଥରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ବଦଳି ହୋଇ ଆସୁଛନ୍ତି ବୋଲି ଶିକ୍ଷକମାନଙ୍କୁ ଧମକ ଦେଇଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁଭାଗ୍ୟଜନକ ଅଟେ । ଜିଲ୍ଲା ପ୍ରଶାସକ ଓ ରାଜ୍ୟ ପ୍ରଶାସକ ଏହାର ସତ୍ୟାସତ୍ୟ ସାମନାକୁ ଆଣି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଅଭିଯୋଗ କରିଛନ୍ତି ନହେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।ରିପୋର୍ଟ- ନିରୋଜ କୁମାର ସାହୁ, ରାଇରଙ୍ଗପୁର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More