ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ବନ୍ୟା ବିପନ୍ନ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଲେ

13

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ବନ୍ୟା ବିପନ୍ନ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ତରାଇ ଆଜି ବନ୍ୟା ବିପନ୍ନ ଲୋକମାନଙ୍କୁ ଭେଟି ସୁଖିଲା ଖାଦ୍ୟ ସହିତ ପିଇବା ପାଣି ଓ ମସାଧୂପ ଡିଆସିଲି ମହମବତୀ ଦେବାସହ ସ୍ଥାନୀୟ ଲୋକମାନଙ୍କର ଅସୁବିଧା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । କିଶୋର ଚନ୍ଦ୍ର ତରାଇଙ୍କୁ ସ୍ଥାନୀୟ ଲୋକମାନେ ଦେଖି ଖୁସି ହେବାସହ କିଶୋର ଙ୍କୁ ଧନ୍ୟବାଦ ଦେଇଥିଲେ । ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ତରାଇ ଓ କିଛି ବିଜେଡି କର୍ମୀମାନେ ୬ଟି ପଞ୍ଚାୟତ ଯଥା ତରଡିପାଳ,ପେଣ୍ଠପାଳ,ବଲୁରିଆ, ସିଂହଗାଁ, ଅମୃତବାଣୀ, ନିଳକଣ୍ଠପୁର ଆଦି ପଞ୍ଚାୟତ ଲୋକମାନଙ୍କର ଦୁଃଖ ବୁଝିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More