ପୂର୍ବତନ ନଗରପାଳଙ୍କ ମାତୃ ବିୟୋଗରେ ସୋନପୁରରେ ଶୋକର ଛାୟା

11

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଗତକାଲି ମଙ୍ଗଳବାର ରାତି ୧୦ ଘଣ୍ଟା ବେଳେ ସୋନପୁରର ପୂର୍ବତନ ନଗରପାଳ କଈରୁ ସ୍ୱାଇଁଙ୍କ ମାତା ରମ୍ଭlଦେବୀ (୮୯) ଙ୍କ ହୃଦଘାତରେ ବିୟୋଗ ଘଟିଛି l ସ୍ବର୍ଗୀୟା ରମ୍ଭlଦେବୀ ଜଣେ ସରଳ,ଧର୍ମ ପାରାୟଣ, ଅମାୟିକା, ଆଦରଣୀୟl ମହିଳା ଭାବେ ଖୁବ ଜଣାଶୁଣ। ଥିବା ବେଳେ ମଝିପଡା ସମେତ ସହରରେ ଶୋକ ଖେଳି ଯାଇଛି l ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ଉପାଧ୍ୟାକ୍ଷା ମଲ୍ଲୀକା ଦାନୀ, ପିୟୁଷ ପଣ୍ଡା, ସମସ୍ତ କାଉନସିଲର, ଯୁବ ନେତା ଜନ୍ମଞ୍ଜୟ ପାତ୍ର, ସୀତୁନ ମିଶ୍ର, ସୋମନାଥ ସାହୁ, ସତ୍ୟ ନାରାୟଣ ତ୍ରିପାଠୀ, ମାନ ଭଂଜନ ବେଦବାକ, ମହାଦେବ ମଲ୍ଲିକ, ଭାସ୍କର ଦାଶ, ସମାଜସେବୀ ଶଙ୍କର ମେହେର, ପରେଶ ମେହେର, ମନୋରଞ୍ଜନ ତ୍ରିପାଠୀ, ଜଗତ ବନ୍ଧୁ ତ୍ରିପାଠୀ, ମାନସ ସେଠ, ଗଙ୍ଗା ତରିଆ, ରଂଜିତ ସାହୁ,ବିକାଶ ପଣ୍ଡାଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗୀ୍ୟା ରମ୍ଭl ଦେବୀଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସକାଳ ୮.୩୦ ବେଳେ ଶ୍ରୀ ରାମେଶ୍ୱର ସ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସାନ ପୁଅ ଗୋପାଳ ବରାଇ ମାଆଙ୍କୁ ମୁଖାଗ୍ନି ଦେଇଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More