ପୁସ୍ତକ “ଜୀବନ ସଉଦା” ଉନ୍ମୋଚିତ

11

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜିଲାର ବିଶିଷ୍ଟ କର୍ମଯୋଗୀ ତଥା ଜନସେବକ ମୁରଲୀଧର ରଥଙ୍କ ଜୀବନ ସଉଦା ପୁସ୍ତକ ଉନ୍ମୋଚନ ଉତ୍ସବ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୀବନ ସଉଦା ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ମୁରଲୀଧର ରଥଙ୍କ ଦୀର୍ଘ ଜୀବନ ର ଜୀବନଯାତ୍ରା ସଫଳ ଯାତ୍ରାରେ ଆଜି ପରିଣତ ହୋଇଛି।ତାଙ୍କୁ ଆଜି ସ୍ୱୀକୃତି ଦେଇଛି କହିବା ସହ ଏ ଉତ୍ସବ ପୂଜ୍ୟ ପୂଜାର ଅନବାଦ୍ୟ ଉଦାହରଣ ବୋଲି ମତବ୍ୟକ୍ତ କରିବା ସହିତ ମୁରଲୀଧର ରଥଙ୍କ ଦୀର୍ଘ ନରାମୟ କାମନା କରିଥିଲେ।ସମ୍ମାନୀୟ ଅତିଥିଭାବେ ଜଗତସିଂହପୁର ର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମୁରଲୀଧର ରଥ ଜଣେ ଏକାଧାରରେ ବିଶିଷ୍ଟ ରାଜନୀତିଜ୍ଞ,ଜନସେବକ, ସମାଜସେବୀ ଭାବରେ ଜିଲାରେ ବେଶ ପରିଚିତ।ତାଙ୍କ ଠାରୁ ପ୍ରାୟ ରାଜନୀତି ମୁଁ ଶିଖିବା ସହିତ ବିଭିନ୍ନ ସମୟରେ ତାଙ୍କ ଠାରୁ ରାଜନୈତିକ ସମ୍ପର୍କରେ ଆଲୋଚନା କରିଛି।ଏହି କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥିଭାବେ ଗଣେଶ୍ୱର ବେହେରା, ନଟବର ବାରିକ,ଅଧ୍ୟାପକ ସଂଗ୍ରାମ କେଶରୀ ମଲ୍ଲୀକ,ବିଶିଷ୍ଟ ସାହିତ୍ୟିକମହେନ୍ଦ୍ର କୁମାର ଆଚାର୍ଯ୍ୟ,ଡକ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ,ସମ୍ମାନୀୟ ଲେଖକ ଜ୍ଞାନ ରଂଜନ ମଲ୍ଲୀକ ଶ୍ରୀଯୁକ୍ତ ମୁରଲୀଧର ରଥଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଶ୍ରୀ ଜଗନ୍ନାଥଙ୍କ ବତୀଶ ବେଶର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ମୁରଲୀଧରଙ୍କ ସମସାମୟିକ ସରପଞ୍ଚ ମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ କୁ ମୁରଲୀଧରଙ୍କ ସୁପୁତ୍ର ହେମନ୍ତ କୁମାର ରଥଙ୍କ ସମେତ ରଥପରିବାର ଆୟୋଜନ କରିଥିଲେ।ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତକିଶୋର ଚୌଧୁରୀ ଅତିଥିପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲାବେଳେ ବରିଷ୍ଠ ଆଇନଜୀବୀ ବୀର ନାରାୟଣ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More