ପୁର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ତିନି ଗିରଫ

10

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସିଂସାରୀଫାଣ୍ଡି ଅଧିନ ରାଜପୁରର ଡଙ୍ଗରିଗୁଡା ଗ୍ରାମରେ ଆଜି ସୋମବାର ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇ ୩ ଜଣ ଗିରଫ।ସୁଚନା ଯୋଗ୍ୟ,ସିଂସାରୀଫାଣ୍ଡି ଅଧିନ ରାଜପୁରର ଡଙ୍ଗରିଗୁଡା ଗ୍ରାମର କମଳସାଏ ହରିଜନ ଆଜି ସକାଳେ ଘରେଥିଵା ସମୟରେ ସେହି ଗ୍ରାମର ଗୁଡୁ ହରିଜନ, କାର୍ତ୍ତିକ ହରିଜନ,ସମାରୁ ହରିଜନ ଆସି କମଳସାଏଙ୍କୁ ଘରୁ ବାହାରକୁ ଡାକି ଅଶଭ୍ଯ ଭାଷାରେ ଗାଳି ଗୁଲଜ କରି ମାଡ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଥିଲେ।ପରେ କମଳସାଏ ଡାବୁଗାଁ ଥାନାରେ ଏତଲା ଦେଇଥିଲେ ।ଏତଲାକୁ ଭିତିକରି ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନଙ୍କ ନିର୍ଦେଶରେ ସିଂସାରି ଫାଣ୍ଡି ଅଧିକାରୀ ଗୋପାଳକ୍ରୁଷ୍ନ ହାଲଵା ପହଞ୍ଚି ତଦନ୍ତ କରି ସମ୍ପୁକ୍ତ ତିନି ଜଣଙ୍କୁ ଗିରଫ କରିଥିଲେ ।ପରେ ଗିରଫ ୩ ଜଣଙ୍କୁ ୪୧ ନୋଟିସ ଦେଇ ଛାଡି ଦିଆଯାଇଛି।ଏନେଇ ଥାନା କେଶ ନମ୍ବର ୭୨/୨୦୨୩ରେ ଏକ ମାମଲା ରୁଜୁ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More