ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ; ଜଣେ ମୃତ

17

Get real time updates directly on you device, subscribe now.

ବଦମ୍ବା(ସଂଘର୍ଷ ମିଡିଆ ) : : ବଡମ୍ବା ଥାନା ଅଧିନ କଙ୍କଡାଯୋଡିରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠି ମଧ୍ୟରେ ଗୋଷ୍ଠି ସଂଘର୍ଷ ଜଣେ ମୃତ। ଘଟଣା ରୁ ପ୍ରକାଶ କି ଠିକ ଏକ ମାସ ପୁର୍ବରୁ କଙ୍କଡାଯୋଡି ଗ୍ରାମର ଚନ୍ଦ୍ରଶେଖର ବସ୍ତି ନାମକ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଙ୍କର ଚା ଓ ବିସ୍କୁଟ ଦୋକାନ ରେ ସେହି ଗ୍ରାମର କିଛି ଆସାମାଜିକ ଯୁବକ ଚା’ ପିଇ ଟଙ୍କା ନ ଦେବାରୁ ଉଭୟଙ୍କର ମଧ୍ୟରେ ବଚସା ହୋଇଥିଲା। ପରେ ମାଣିଆବନ୍ଧ ଫାଣ୍ଡି ଏବଂ ବଡମ୍ବା ଥାନା ରେ ଏକ ମାମଲା ରୁଜୁ କରି ପୋଲିସ ଅସାମାଜିକ ଯୁବକଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ଜାମିନରେ ଆସି ଏହିଭଳି କାଣ୍ଡ ଭିଆଇ ଥିବା ସ୍ଥାନୀୟ ବଜାର କମିଟି ପକ୍ଷରୁ ଅଭିଯୋଗ ଆଣିଛନ୍ତି । ପରେ ବଡମ୍ବା ପୋଲିସ ଘଟଣା ସ୍ଥଳ ରେ ପହଂଚି ପ୍ରାଥମିକ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ବଡମ୍ବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ବଡମ୍ବା ଥାନା ଅଧିକାରୀ ନିରଞ୍ଜନ ଦାସ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More