ପୁରୁଷୋସ୍ତମପୁର ପଞ୍ଚାୟତ ଜିଆରଏସଙ୍କ ଦ୍ୱାରା ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ

13

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – କେନ୍ଦ୍ରାପଡ଼ା ବ୍ଲକ ଅଧିନସ୍ଥ ପୁରୁଷୋସ୍ତମପୁର ଗ୍ରାମ ପଞ୍ଚାୟତ ଜି. ଆର.ଏସ ବାସନ୍ତୀ ଦାସଙ୍କ ନାମରେ ଏନ.ଆର.ଜି.ଏସ ଯୋଜନା ଅନ୍ତର୍ଗତ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବାର ଅଭିଯୋଗ ଆଣିଛନ୍ତି ପୁରୁଷୋତମପୁର ପଞ୍ଚାୟତ ଗ୍ରାମବାସୀ । ସୂଚନା ମୁତାବକ ପୁରୁଷୋତ୍ତମପୁର ପଞ୍ଚାୟତର କିଛି ଗରିବ ଶ୍ରେଣୀର ଲୋକମାନେ ମୁଲ ମଜୁରୀ ଲାଗି ପେଟ ପୋଷିଥାନ୍ତି । ଲୋକଙ୍କ ଅଭିଯୋଗ ଅନୁସାରେ ସେମାନେ ଜବ କାର୍ଡ ଅନୁଯାଇ ପଞ୍ଚାୟତରେ ଏନ.ଆର.ଜି.ଏସ କାମ କରିଥିଲେ କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ସେମାନେ ନିଜ ପାରିଶ୍ରମିକ ପାଉଣା ପାଇପାରିଲେ ନାହିଁ । ଲୋକଙ୍କ ଅଭିଯୋଗ ପଞ୍ଚାୟତ ଜି.ଆର.ଏସ ବାସନ୍ତୀ ଦାସ ସମସ୍ତ ଟଙ୍କାକୁ ହଡପ କରି ନିଜ ଆକାଉଣ୍ଟକୁ ନେଇଛନ୍ତି । ବିଡ଼ିଓଙ୍କ କହିବା ଅନୁଯାଇ ବର୍ତ୍ତମାନ ତଦନ୍ତ ପରେ ହିଁ ସବୁକଥା ଜଣା ପଡିବ । ତେଣୁ ଦେଖିବା କଣ ହେଉଛି ତଦନ୍ତ ଏବଂ କିପରି ଏହି ଗରିବ ଲୋକଙ୍କୁ ମିଳୁଛି ନ୍ୟାୟ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More