ପୁରୁଷୋତ୍ତମପୁର ପଞ୍ଚାୟତ ଅଫିସି ଏକମାସ ହେବ ଅନ୍ଧାର

15

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ନୀଉଜ) : କେନ୍ଦ୍ରାପଡ଼ା ବ୍ଲକର ପୁରୁଷୋତ୍ତମପୁର ପଞ୍ଚାୟତ ଅଫିସରେ ଦୀର୍ଘ ଏକମାସରୁ ଉର୍ଦ୍ଧ୍ବ ହେବ ବିଜୁଳି ନାହି । ବିଜୁଳି ନଥିବାରୁ ପଞ୍ଚାୟତ ଅଫିସରେ ବିଭିନ୍ନ ପ୍ରକାରର କମ୍ପ୍ୟୁଟର ମାଧ୍ୟମରେ କାର୍ଯ୍ୟ ହୋଇପାରୁନି। ଗ୍ରାମବାସୀଙ୍କର ଅଭିଯୋଗ ଆସିବା ପରେ ଆମେ ପହଞ୍ଚିଥିଲୁ ବ୍ଲକ କାର୍ଯ୍ୟାଳୟରେ। ପଚାରି ବୁଝିଥିଲୁ ପୁରୁଷୋତ୍ତମପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ରଥଙ୍କୁ ଠାରୁ। କିଭିଳି କାର୍ଯ୍ୟ କରୁଛନ୍ତି ପଚାରି ବୁଝିଥିଲୁ। ତାପରେ ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ସାହାଣୀ ମଧ୍ୟ ଏହି ବିଷୟରେ ଏକା କଥା କହିଥିଲେ । ସେ କିହିଥିଲେ ଆମେ ଏକ ମାସ ହେବ ଟାଟା ବିଦ୍ୟୁତ କମ୍ପାନୀକୁ ଏ ନେଇ ଲିଖିତ ଆକାରରେ ଜଣାଇଥିଲୁ, କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ଅଣଦେଖା କରିଛି ଏଵଂ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଅଫିସ୍ ଅନ୍ଧାରରେ ରହିଛି। ଏ ନେଇ ଆମେ ପହଞ୍ଚି ଥିଲୁ ଟାଟା ବିଦ୍ୟୁତ ବିଭାଗୀୟ ଅଫିସରେ। ଅଫିସ୍ର ସେକସନ୍ ଜେଇ ଶ୍ରୀ ଅଭୟ କୁମାର ଦାସ ଆମକୁ ପ୍ରତିଶ୍ରୁତି ଦେଲେ ଯେ ମୁଁ ଏହି ସମସ୍ୟାର ସମାଧାନ ଦୁଇ ଘଣ୍ଟା ମଧ୍ୟରେ ସମାଧାନ କରିବି। କେନ୍ଦ୍ରାପଡ଼ାରୁ ଭିକାରୀ ଚରଣ ରାଉତଙ୍କ ସହ ପ୍ରଦୀପ ସାହୁଙ୍କ ରିପୋର୍ଟ ସଂଘର୍ଷ ନୀଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More