ମାଲକାନଗିରି(ସଂଘର୍ଷ ମିଡିଆ ) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହୁକୁମା ସ୍ଥିତ ପୁରାତନ ଶହୀଦ ବୀର ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଭବନ, ପ୍ରତିମୂର୍ତ୍ତି, ଶହୀଦ ମିନାର, ଅବହେଳିତ ଅବସ୍ଥାରେ ଥିଲା । ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଦାଇତ୍ୱ ନେବା ପରେ ପ୍ରଥମେ ଉକ୍ତ ସ୍ଥାନରେ ଗତ ଏପ୍ରିଲ ମାସ 18ତାରିଖରେ ମାଥିଲି ବି. ଡି. ଓ. ଆଶିଷ କୁମାର ଭୋଇ ଓ କନିଷ୍ଟ ଯନ୍ତ୍ରୀ ନିହାର ରଞ୍ଜନ ସରକାର ଙ୍କୁ ପୁନର୍ଦ୍ଧାର ପାଇଁ ନିର୍ଦେଶ ଦେଇଥିଲେ, ଏହା ପରେ ପୁରୁଣା ଗୃହ ଭଙ୍ଗା ଯାଇଛି । ଗତ କାଲି ବିଧାୟକ ପୁର୍ଣଚନ୍ଦ୍ର ବାକା ଉକ୍ତ ସ୍ଥାନ ପରିଦର୍ଶନ କରିବା ସହ ନିଜ ବିଧାୟକ ଫାଣ୍ଟିରୁରୁ ମଧ୍ୟ ଅନୁଦାନ ଦେବାକୁ ପ୍ରତିଶୃତି ଦେଇଛନ୍ତି । ବାପା ଓ ପୁଅ ମିଶି ଶହୀଦ ମାନଙ୍କ ପାଇଁ ପ୍ରତେମ କାମ କରିବାକୁ ଅଣ୍ଟା ଭିଡ଼ିଛନ୍ତି, ଆଜିର ଏହି ଗସ୍ତରେ ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ମାଝୀ, ସରପଞ୍ଚ କାନାମ ରାଜୁ ନାୟକ, ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା, ବି. ଡି. ଓ. ଆଶିଷ କୁମାର ଭୋଇ. ପି. ଇ. ଓ. ଅଶୋକ ମହାରଣା, ରହିମ ଖାନ, ଏନ. ମହେଶ୍ୱର ରାଓ. ସନ୍ଦୀପ ବିଶ୍ୱାଳଙ୍କ ସହ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।