ପୁରୁଣା କେରାଣ୍ଡୀ ରାଧାଗୋବିନ୍ଦ ମଠରେ ଝୁଲଣ ଯାତ୍ରା ଅନୁଷ୍ଠିତ

13

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡୀ ଗ୍ରାମରେ ଥିବା ରାଧା ଗୋବିନ୍ଦ ମଠରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।ଏହି ଝୁଲଣ ଯାତ୍ରାରେ ପ୍ରତିଦିନ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନ ରେ ବସାଇ ଝୁଲା ଯାଇଥାଏ।ଭଜନ ସଂକୀର୍ତ୍ତନ ରେ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।ଏହି ଝୁଲଣ ଯାତ୍ରା ଦେଖିବା ସକାଶେ ଆଖ ପାଖ ଗ୍ରାମର ଭକ୍ତ ବୃନ୍ଦ ଙ୍କ ସୁଅ ଛୁଟୁଛି।ଗ୍ରାମବାସୀ ମଧ୍ୟ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିଥାନ୍ତି।ଏହି ଝୁଲଣ ଯାତ୍ରାରେ ଠାକୁର ଙ୍କ ସମ୍ମୁଖରେ ବିଭିନ୍ନ ପ୍ରକାରର ରାଧା କୃଷ୍ଣଙ୍କର ମୂର୍ତ୍ତି ସଙ୍ଗକୁ ଆଲୋକ ସଜ୍ଜାରେ ମନ୍ଦିର ଝଲସି ଉଠୁଛି।ଏହି ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହେଉଛି।ଏହି ଝୁଲଣ ଯାତ୍ରା ମଠାଧୀଶ ମହନ୍ତ ମହାରାଜ ଦାମୋଦର ଦାସଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏହି ଯାତ୍ରା ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମକୁ ପୁରୋହିତ ଜଗନ୍ନାଥଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଛି।ଏହି ଉତ୍ସବକୁ ଗ୍ରାମବାସୀ ଓ ଯୁବ ଗୋଷ୍ଠୀ,ୱାଡ଼ ସଭ୍ୟ ସରୋଜ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More